ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଳୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହା ଆଗାମୀ ନିର୍ବାଚନ ପୂର୍ବରୁ ପ୍ରତିଫଳିତ ହେଉଛି। ଶନିବାର ନବୀନଙ୍କ ଘରୋଇ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ଭାରତୀୟ ଜନତା ପାର୍ଟିର ୨୨ ସଦସ୍ୟ ବିଜେଡିରେ ସାମିଲ ହୋଇଛନ୍ତି।

ଅଗାମୀ ଲୋକସଭା ନିର୍ବାଚନରେ ଟିକେଟ ବଣ୍ଟନରେ ଅସନ୍ତୋଷ ପ୍ରକାଶ କରି ଏହି ବିଜେପି ସଦସ୍ୟମାନେ ବିଜେଡିରେ ଯୋଗ ଦେଇଛନ୍ତି। ଏମାନେ ସ୍ଥାନୀୟ ବିଜେପି ନେତାଙ୍କ ଦ୍ୱାରା ଅଣଦେଖା ଅଭିଯୋଗ କରି ଦଳ ଛାଡ଼ିଛନ୍ତି।

naveen

ଗଞ୍ଜାମ ଜିଲ୍ଲା ବିଜେଡି ଅଧ୍ୟକ୍ଷ ପ୍ରଦୀପ ପାଣିଗ୍ରାହୀଙ୍କ ଉପସ୍ଥିତିରେ ଏହି ୨୨ଜଣ ସଦସ୍ୟ ବିଜେଡିରେ ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ, ଆସନ୍ତା ନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ବିଜେପି ବରିଷ୍ଠ ଓକିଲ ପିତାମ୍ବର ଆଚାର୍ଯ୍ୟଙ୍କୁ ହିଞ୍ଜିଳି ଆସନରୁ ଛିଡ଼ା କରିଛି।

Comment