ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ଘଷିପୁରା ନିର୍ବାଚନମଣ୍ଡଳୀରୁ ଏଥର ନିର୍ବାଚନ ଲଢ଼ିବେ।

କେନ୍ଦୁଝର ଜିଲ୍ଲୀ କଂଗ୍ରେସ ସଭାପତି ଏନେଇ ସ୍ପଷ୍ଟ କରିଛନ୍ତି। ପୂର୍ବରୁ କେନ୍ଦୁଝରରୁ ନିରଞ୍ଜନ ନିର୍ବାଚନ ଲଢ଼ନ୍ତୁ ବୋଲି ଆହ୍ୱାନ ଦେଇଥିଲେ ବିଜେଡି ନେତା ବଦ୍ରି ନାରାୟଣ ପାତ୍ର।

ନିରଞ୍ଜନ ଘଷିପୁରାରୁ ନିର୍ବାଚନ ଲଢୁଥିବା ବେଳେ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ବାଲେଶ୍ୱର ଲୋକସଭା ଆସନ ଲାଗି ନିର୍ବାଚନ ଲଢ଼ିବେ।

ଘଷିପୁରା ଆସନରୁ ବିଜେପିର ପ୍ରାର୍ଥୀ ଅଛନ୍ତି ପୃଥ୍ୱୀରାଜ କହଁର ଓ ବିଜେଡିର ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଘଷିପୁରାରୁ ନିର୍ବାଚନ ଲଢ଼ିବା ନେଇ ସ୍ପଷ୍ଟ ହେବା ପରେ, ଏଠାରେ ମଧ୍ୟ ବାକି ଆସନ ପରି ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିବ।

Comment