ଓଡ଼ିଶାଲାଇଭ୍‌ ବ୍ୟୁରୋ

କରଞ୍ଜିଆ ଥାନା ଅନ୍ତର୍ଗତ ଭଅଁରା ଗାଁରେ ଅଘଟଣ। ସକାଳୁ ଗାଁ ଲେକେ ନିର୍ମାଣ ହେଉଥିବା ଓଭର ହେଡରୁ ଟାଙ୍କିରୁ ପିଇବା ପାଣି ନେବା ବେଳକୁ ପଚା ଦୁର୍ଗନ୍ଧ ବାହାରୁ ଥିବାରୁ ସନ୍ଦେହ କରି ସେ ସ୍ଥାନକୁ ଯାଇଥିଲେ।

ଏହାପରେ ସେଠାରେ ଏକ ଗଳିତ ମୃତଦେହ ଟାଙ୍କିରେ ଭାସୁଥିବା ଦେଖିବାକୁ ପାଇଥିଲେ ଗାଁଲୋକେ। ଏହାପରେ ଗାଁ ଲୋକେ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ଶବ ଉଦ୍ଧାର କରିଥିଲେ। ମୃତକଙ୍କ ପରିଚୟ ବି ମିଳିଛି। ବଡ଼ଦେଉଳି ଗ୍ରାମ ପଞ୍ଚାୟତ ବଦଦେଉଳି ଗ୍ରାମର ସିରିଶ ମିରିଡ଼ିଆଙ୍କ ପୁଅ ସତ୍ୟା ମିରିଡ଼ିଆ ବୋଲି ଜଣା ପଡ଼ିଛି।

ସିରିଶ ଏକ ମାସ ହେବ ଘରୁ ନିଖୋଜ ଥିବା ପରିବାର ଲୋକେ କରଞ୍ଜିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ କେଉଁ କାରଣରୁ ସିରିଶଙ୍କ ମୃତ୍ୟୁ ହେଲା ତାହା ସନ୍ଦେହ ଘେରରେ ଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here