ଓଡ଼ିଶାଲାଇଭ୍‌ ବ୍ୟୁରୋ

TOI

ଆଜି ଆଇପିଏଲ୍‌ରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଦେଖିବାକୁ ମିଳିବ ହାଇଭୋଲ୍ଟେଜ୍‌ ମ୍ୟାଚ୍‌। ମୋହାଲି କ୍ରିକେଟ ଆସୋସିଏସନ୍‌ ଷ୍ଟାଡିୟମରେ ରାତି ୮ଟାରେ ଏହି ମ୍ୟାଚ୍‌ ଖେଳାଯିବ। ଆଜିର ମ୍ୟାଚ୍‌ରେ ଅଶ୍ୱିନଙ୍କ ପଞ୍ଜାବ ଦଳ ଦିଲ୍ଲୀ ଟିମ୍‌ ସ୍ପିରିଟ୍‌କୁ ଭାଙ୍ଗିବାକୁ ଚେଷ୍ଟା କରିବ।

ଶନିବାର ପଞ୍ଜାବର ଦମ୍‌ଦାର ବ୍ୟାଟିଂ ପ୍ରଦର୍ଶନ ବଳରେ ମୁମ୍ବାଇଠାରୁ ୮ ୱିକେଟ୍‌ରେ ବିଜୟ ଲାଭ କରିଥିଲା। ଦଳର ଲୋକେଲ ରାହୁଲ ଓ କ୍ରିସ୍‌ ଗେଲ୍‌ଙ୍କ ଧୂଆଁଧାର ବ୍ୟାଟିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଆଜିର ମ୍ୟାଚ୍‌ରେ ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ଉପରେ ନଜର ରହିବ।

ଅନ୍ୟପକ୍ଷରେ ଶନିବାର କୋଲକାତା ନାଇଟ ରାଇଡର୍ସକୁ ଏକ ରୋମାଞ୍ଚକର ମ୍ୟାଚ୍‌ରେ ହାଇଥିଲା ଦିଲ୍ଲୀ ଟିମ୍। ମ୍ୟାଚ୍‌ଟି ଟାଏ ହେବା ପରେ ଦିଲ୍ଲୀ କ୍ୟାପିଟାଲ୍ସ ସୁପର ଓଭରରେ କେକେଆର୍‌କୁ ହରାଇଥିଲା। ତେବେ ଆଜିର ମ୍ୟାଚ୍‌ରେ ଦଳର ସର୍ବ କନିଷ୍ଠ ବ୍ୟାଟ୍ସମ୍ୟାନ୍‌ ପିୃଥ୍ୱୀ ଶ’ ଏବଂ ରିଷଭ୍‌ ପନ୍ତଙ୍କ ଉପରେ ନଜର ରହିବ।

ମୋଟ ୩ଟି ମ୍ୟାଚ୍‌ ଖେଳି ଉଭୟ ଟିମ୍‌ ୨ଟି ମ୍ୟାଚ୍‌ରେ ଜିତିଛନ୍ତି। ବର୍ତ୍ତମାନ ଆଇପିଏଲ୍‌ ପଏଣ୍ଟ ଟେବୁଲରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗ୍ସ ଏକାଦଶ ପଞ୍ଜାବ ଯଥାକ୍ରମେ ପଞ୍ଚମ ଓ ଷଷ୍ଠ ସ୍ଥାନରେ ରହିଛି।

ପଞ୍ଜାବର ସମ୍ଭାବ୍ୟ ଖେଳାଳି: ଲୋକେଶ ରାହୁଲ, କ୍ରିସ୍‌ ଗେଲ୍‌, ମୟଙ୍କ ଅଗରୱାଲ, ସର୍ଫରାଜ ଖାନ, ଡାଭିଡ ମିଲର, ମନଦୀପ ସିଂହ, ହରଡସ୍‌ ଭିଲଜୋଏନ, ରବିଚନ୍ଦ୍ରନ ଅଶ୍ୱିନ, ମୁରୁଗନ ଅଶ୍ୱିନ, ମହମ୍ମଦ ସାମି, ଆଣ୍ଡ୍ର୍ୟୁ ଟାଏ

ଦିଲ୍ଲୀ କ୍ୟାପିଟାଲ୍ସର ସମ୍ଭାବ୍ୟ ଖେଳାଳି: ପିୃଥ୍ୱୀ ଶ’, ଶୀଖର ଧୱନ,ତ ଶ୍ରୀୟସ୍‌ ଆୟର, ରିଷଭ୍‌ ପନ୍ତ, କୋଲିନ୍‌ ଇନ୍‌ଗ୍ରାମ, ହନୁମା ବିହାରୀ, କ୍ରିସ୍‌ ମୋରିସ୍‌/ ଇଶାନ୍ତ ଶର୍ମା, ସନ୍ଦିପ ଲାମିଚାନେ, କେ ରାବଡା, ହର୍ସଲ ପଟେର୍ଲ/ ଟ୍ରେଣ୍ଟ ବୋଲ୍ଟ, ଅମିତ ମିଶ୍ରା

Comment