ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଘସିପୁରା ଆସନ ଲାଗି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନିଜର ବହୁ ସମର୍ଥକଙ୍କ ସହ ନିରଞ୍ଜନ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ପ୍ରାର୍ଥିପତ୍ର ଦାଖଲ କରିବା ପରେ ସେ ପରୋକ୍ଷରେ ବିଜେଡିକୁ ଟାର୍ଗେଟ କଲାପରି ପ୍ରତିକ୍ରିୟା ରଖିଛନ୍ତି। ନିର୍ବାଚନ ଜିତିବେ କି ନାହିଁ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, “ନିର୍ବାଚନ ହାରିବା ଲାଗି କେହି ମଇଦାନକୁ ଆସିନଥାଏ। ଲୋକେ ଚାହିଁଲେ ମୁଁ ଏଠାରୁ ନିର୍ବାଚନ ଜିତିବି।”

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏଥର ଦୁଇଟି ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ଘସିପୁରା ସହ ସେ ଭଦ୍ରକ ଭଣ୍ଡାରୀପୋଖରି ଆସନରୁ ବି ନିର୍ବାଚନ ଲଢ଼ୁଥିବା ସ୍ପଷ୍ଟ ହୋଇଛି।

Comment