ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିକାଲି ଯୁବତୀଙ୍କ ମଧ୍ୟରେ ଲଙ୍ଗ ସ୍କର୍ଟ ଫ୍ୟାଶନ୍ ବେଶ୍ ଲୋକପ୍ରିୟ ହେଉଛି। କଲେଜରୁ ଆରମ୍ଭ କରି ପାର୍ଟି ପର୍ଯ୍ୟନ୍ତ ସବୁଠି ଆପଣ ଏହାକୁ ପିନ୍ଧିପାରିବେ।

ବର୍ତ୍ତମାନ ଲଙ୍ଗ ସ୍କର୍ଟ ସହିତ ଟପ୍ ବା କୁର୍ତ୍ତି ପିନ୍ଧିବାର ଟ୍ରେଣ୍ଡ ଚାଲିଛି। ପାର୍ଟିରେ ଯୋଗ ଦେଉଥିଲେ ମଲ୍ଟିକଲର୍‌ ଲଙ୍ଗ ସ୍କର୍ଟ ସହିତ ଗାଢ ରଙ୍ଗର କୁର୍ତ୍ତି ପିନ୍ଧନ୍ତୁ।

ସାଙ୍ଗମାନଙ୍କ ସହ ବାହାରକୁ ବୁଲିଯାଉଥିଲେ ଲଙ୍ଗ ସ୍କର୍ଟ ସହିତ ଆଣ୍ଠୁ ପର୍ଯ୍ୟନ୍ତ ପଡୁଥିବା ଟପ୍ସ ପିନ୍ଧନ୍ତୁ। ଇଚ୍ଛା ହେଲେ ଉପରେ ଷ୍ଟଲ୍ ପକାଇ ପାରିବେ। ତା ସାଙ୍ଗକୁ ମ୍ୟାଚିଂ କାନଫୁଲ ପିନ୍ଧନ୍ତୁ। ଗୋଲମୁହଁ ହୋଇଥିଲେ ଲମ୍ବା ଫ୍ୟାଶନେବଲ୍ କାନଫୁଲ ଆପଣଙ୍କୁ ସୁନ୍ଦର ଲାଗିବ। ମୁହଁ ଗୋଲ ହୋଇଥିଲେ ହାଲ୍କା କାନଫୁଲ ପିନ୍ଧନ୍ତୁ।

କର୍ପୋରେଟ୍ ଅଫିସ୍ ହୋଇଥିଲେ ଆକାଶୀ, ପିଙ୍କ୍, ଗୋଲାପୀ ରଙ୍ଗର ପ୍ରିଣ୍ଟେଡ୍ ଲଙ୍ଗସ୍କର୍ଟ ପିନ୍ଧନ୍ତୁ। ଉପରେ ଧଳା ରଙ୍ଗର ଷ୍ଟଲ ପକାଇପାରିବେ। ହାତରେ କାଠର ବ୍ରେସଲେଟ୍ ବା ଡିଜାଇନର୍ ଚୁଡ଼ି ପିନ୍ଧନ୍ତୁ। ବେକରେ ମୋତି ହାର ଏବଂ କାନରେ ମୋତିର କାନଫୁଲ ପିନ୍ଧନ୍ତୁ।

କଲେଜ ଯାଉଥିବା ଝିଅମାନେ ଲଙ୍ଗସ୍କର୍ଟ ସହିତ ସିଲ୍କ ସ୍କାର୍ଫ ବ୍ୟବହାର କଲେ ଅଧିକ ଷ୍ଟାଇଲିଶ୍ ଲାଗିବେ।

ଗାଢ ହଳଦିଆ, ମରୁନ୍ ରଙ୍ଗର ପାଟକପଡ଼ାରୁ ପ୍ରସ୍ତୁତ ଲଙ୍ଗ୍‌ ସ୍କର୍ଟ ସହିତ ଗାଢ ସବୁଜ ରଙ୍ଗର ଛୋଟ ଟପ୍ସ ପିନ୍ଧି ଆପଣ ପାରମ୍ପରିକ ଲୁକ୍ ପାଇପାରିବେ।

Comment