ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁମ୍ବାଇର ଓ୍ଵାଙ୍ଖଡ଼େ ଷ୍ଟାଡିୟମରେ ଚାଲିଛି ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ହାଇଭୋଲ୍ଟେଜ୍‌ ମ୍ୟାଚ୍‌। ପ୍ରଥମ ଇନିଂସରେ ମୁମ୍ବାଇ ବ୍ୟାଟିଂ କରି ନିଦ୍ଧାରିତ ୨୦ ଓଭରରେ ୫ ୱିକେଟ୍‌ ହରାଇ ୧୭୦ ରନ୍‌ ସଂଗ୍ରହ କରିଛି। ବର୍ତ୍ତମାନ ଚେନ୍ନାଇ ସାମ୍ନାରେ ୧୭୧ ରନ୍‌ର ଟାର୍ଗେଟ।

ଟିସ୍‌ ଜିତି ଚେନ୍ନାଇ ପ୍ରଥମେ ମୁମ୍ବାଇକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୧୭୦ ରନ୍‌ ସଂଗ୍ରହ କରିଛି। ଦଳ ପକ୍ଷରୁ ସୁର୍ଯ୍ୟ କୁମାର ଯାଦବ ସର୍ବାଧିକ ୫୯ ରନ୍‌ କରିଛନ୍ତି। ପ୍ରଥମ ଇନିଂସ୍‌ର ଶେଷ ପର୍ଯ୍ୟାୟରେ କିରନ୍‌ ପୋଲର୍ଡ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଜବରଦସ୍ତ ବ୍ୟାଟିଂ ଦେଖିବାକୁ ମିଳିଥିଲା। ପାଣ୍ଡ୍ୟାଙ୍କ ହେଲିକପ୍ଟର ସଟ୍‌ ବଳରେ ମୁମ୍ବାଇ ୧୭୦ ରନ୍‌ ସଂଗ୍ରହ କରିବାରେ ସକ୍ଷମ ହୋଇଛି।

Comment