ଓଡ଼ିଶଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ “ପିଏମ୍‌ ନରେନ୍ଦ୍ର ମୋଦି”ର ରିଲିଜକୁ ଅପେକ୍ଷା କରିଥିବା ଦର୍ଶକଙ୍କ ଲାଗି ନିରାଶଜନକ ଖବର। ଫିଲ୍ମର ରିଲିଜ୍‌ ଡେଟ୍‌କୁ ଘୁଞ୍ଚାଇ ଦିଆଯାଇଛି।

ପୂର୍ବରୁ ଏପ୍ରିଲ ୫ରେ ରିଲିଜ୍‌ ହେବାର ଥିଲା ମାତ୍ର ଏହି ଫିଲ୍ମକୁ ଏବେ ଏପ୍ରିଲ ୧୨ରେ ସିନେମା ହଲରେ ଦେଖିବାକୁ ପାଇବେ ଦର୍ଶକ।

ଫିଲ୍ମ ସମୀକ୍ଷକ କମଲ୍‌ ନାହଟା ଏ ନେଇ ସୋସିଆଲ ମିଡ଼ିଆରେ ଜଣାଇଛନ୍ତି। ସେ ଲେଖିଛନ୍ତି ଫିଲ୍ମର ରିଲିଜ୍‌ ଆସନ୍ତା ସପ୍ତାହରେ ହେବ। ତେବେ କେଉଁ କାରଣ ପାଇଁ ଫିଲ୍ମର ରିଲିଜ୍‌ ଡେଟକୁ ଘୁଞ୍ଚାଯାଇଛି ସେ ନେଇ ଅଫିସିଆଲି କିଛି କୁହାଯାଇନାହିଁ।

ଏହି ଫିଲ୍ମରେ ଡାଇରେକ୍ଟର ହେଉଛନ୍ତି ଉମଙ୍ଗ କୁମାର, ଯିଏକି ମେରିକମ୍‌, ଭୂମି, ସରବଜିତ ଭଳି ଫିଲ୍ମ ବନାଇଛନ୍ତି। ମୋଦିଙ୍କର ରାଜନୈତିକ ଜୀବନ ଯାତ୍ରାକୁ ନେଇ ଏହି ଫିଲ୍ମଟି ନିର୍ମାଣ କରାଯାଇଛି।

ଫିଲ୍ମ କୁ ବିବେକଙ୍କ ବାପା ସୁରେଶ ଓବରାୟ ଓ ସନ୍ଦୀପ ସିଂ ପ୍ରଡ୍ୟୁସ୍‌ କରୁଛନ୍ତି। ବିବେକ ମଧ୍ୟ ନିଜ ରୋଲ ଲାଗି ଲୁକ୍ସ ଓ ବଡି ପାଇଁ ଅଧିକ କଷ୍ଟ କରିଛନ୍ତି। ଏହି ଫିଲ୍ମର ସୁଟିଂ ଦିଲ୍ଲୀ ସହ ଗୁଜୁରାଟ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ହୋଇଥିବା ଜଣାପଡ଼ିଛି।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ “ପିଏମ୍‌ ନରେନ୍ଦ୍ର ମୋଦି”କୁ ନେଇ ବିବାଦ ଜୋର ଧରିଛି। ରିପୋର୍ଟ ଅନୁସାରେ ଫିଲ୍ମ ନିର୍ମାତାଙ୍କୁ ନିର୍ବାଚନ ଆୟୋଗ ନୋଟିସ୍‌ ପଠାଇଛନ୍ତି

Comment