ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ପ୍ରଚାର ମଇଦାନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଶୁକ୍ରବାର ଜୟପୁରଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବା ବେଳେ ଏକ ବଡ଼ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ। ନବୀନ କହିଛନ୍ତି, “ସରକାର ଗଠନର ପ୍ରଥମ ଦିନରେ ହିଁ ବାକି ଥିବା ହିତାଧିକାରୀଙ୍କୁ କାଳିଆ ଟଙ୍କା ଦିଆଯିବ”

ନବୀନ କହିଛନ୍ତି, “ନିର୍ବାଚନୀ ଇସ୍ତାହାରରେ ଚାଷୀମାନଙ୍କ ସମସ୍ୟାକୁ ୧ ନମ୍ବରରେ ରଖିଛୁ। ଚାଷୀଙ୍କ ସହାୟତା ପାଇଁ ହୋଇଥିବା କାଳିଆ ଯୋଜନାରେ ଏପର୍ଯ୍ୟନ୍ତ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି। ଏହି ତାଲିକାରେ ଆଉ ୨୫ ଲକ୍ଷ ଚାଷୀଙ୍କ ନାମ ଯୋଡ଼ା ଯିବ। ନିର୍ବାଚନ ପରେ ବିଜେଡି ସରକାର ଗଢ଼ିବାର ପ୍ରଥମ ଦିନରେ ହିଁ ବାକିଥିବା ଚାଷୀଙ୍କୁ କାଳିଆ ଟଙ୍କା ଦିଆଯିବ”

ବାକି ଥିବା ୨୫ ଲକ୍ଷ ଚାଷୀଙ୍କୁ ଏକାଥରକେ ୨ଟି କିସ୍ତିର ୧୦ ହଜାର ଟଙ୍କା ଦିଆଯିବ। କାଳିଆ ଯୋଜନା ସହାୟତାରୁ କେହି ଜଣେ ବି ଚାଷୀ ବଞ୍ଚିତ ହେବେ ନାହିଁ ସେ ପ୍ରତି ବିଶେଷ ଦୃଷ୍ଟି ଦିଆଯିବ ବୋଲି ନବୀନ କହିଛନ୍ତି।

Comment