ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶନିବାର ଆଇପିଏଲ୍‌ରେ ମହାସମର ଖେଳାଯିବ ଦୁଇଟି ହାଇଭୋଲ୍ଟେଜ୍‌ ଦୁଇଟି ମ୍ୟାଚ୍‌। ଦିନ ୩ଟାରେ ଆରମ୍ଭ ହୋଇଥିବା ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ଭେଟିଛି କିଙ୍ଗ୍ସ ଏକାଦଶ ପଞ୍ଜାବ। ସେହିପରି ରାତି ୮ଟାରେ ସନ୍‌ରାଇଜର୍ସ ହାଇଦ୍ରବାଦକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ।

ଚେନ୍ନଇ ବନାମ ପଞ୍ଜାବ ମ୍ୟାଚ୍‌ଟି ଚେନ୍ନାଇର ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଛି ଏବଂ ହାଇଦ୍ରାବାଦ  ବନାମ ମୁମ୍ବାଇ ମ୍ୟାଚ୍‌ଟି ହାଇଦ୍ରାବାଦର ରାଜୀବ ଗାନ୍ଧି ଆନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଖେଳାଯିବ।

ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ୮ ଓଭର ସୁଦ୍ଧା ଚେନ୍ନାଇ ଗୋଟିଏ ୱିକେଟ୍‌ ହରାଇ ୬୦ ରନ୍‌ ସଂଗ୍ରହ କରିଛି। ଓପନର ସେନ୍‌ ୱାଟସନ୍‌ ୨୬(୨୪) ରନ୍‌ ସଂଗ୍ରହ କରଇଥିବଶ ବେଳେ ବର୍ତ୍ତମାନ ପଡ଼ିଆରେ ଡ୍ୟୁପ୍ଲେସିସ୍‌ ଓ ସୁରେଶ ରାଇନା ଚେନ୍ନାଇ ଦଳର କମାଣ ସମ୍ଭାଳିଛନ୍ତି।

Comment