ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।
୨୦୧୯ ନିର୍ବାଚନ ପାଇଁ କଂଗ୍ରେସର ୧୯ ପ୍ରତିଶ୍ରୁତି
୨୦୧୯ ନିର୍ବାଚନ ବୈତରଣୀ ପାର୍ ହେବା ପାଇଁ କଂଗ୍ରେସ ଆଜି ଓଡ଼ିଶାବାସୀଙ୍କୁ ବଡ଼ ପ୍ରତିଶ୍ରୁତି ଦେଇଛି। ଉଣେଇଶ ନିର୍ବାଚନ ପାଇଁ ଇସ୍ତାହାର ପତ୍ରରେ କଂଗ୍ରେସ ୧୯ଟି ପ୍ରତିଶ୍ରୁତି ଦେଇଛି।ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଇସ୍ତାହାର କମିଟି ଅଧ୍ୟକ୍ଷ ଗଣେଶ୍ୱର ବେହେରା ଏହି ସଙ୍କଳ୍ପପତ୍ରକୁ ଉନ୍ମୋଚନ କରିଥିଲେ।

ପୋଲସରାରେ ଗର୍ଜିଲେ ଅମିତ ଶାହ – କହିଲେ, ‘‘ଆମକୁ ୫ ବର୍ଷ ସୁଯୋଗ ଦିଅ’’
‘ଓଡ଼ିଶାର ବିକାଶ ପାଇଁ ବିଜେପିକୁ ୫ ବର୍ଷ ସୁଯୋଗ ଦିଅ। ୧୯ ବର୍ଷ ହେଲା ନବୀନ ବାବୁଙ୍କ ସରକାର ଦୁର୍ନୀତିରେ ବୁଡ଼ି ରହିଛି। ଏହି ଦୁର୍ନୀତିଗ୍ରସ୍ତ ସରକାରକୁ ଓପାଡ଼ି ଫିଙ୍ଗି ଦେବା ସହ ବିଜେପିକୁ ସରକାର ଗଠନ ପାଇଁ ସୁଯୋଗ ଦିଅ’’, ପୋଲସରା ସଭାରେ ଏହା କହିଛନ୍ତି ଅମିତ ଶାହ।
ନୂଆ ଓଡ଼ିଶା ଗଠନ ପାଇଁ ବିଜେପିର ୯ଟି ସଂକଳ୍ପ
ସାଧାରଣ ନିର୍ବାଚନକୁ ନେଇ ଓଡ଼ିଶା ଲାଗି ରବିବାର ବିଜେପି ତା’ର ଇସ୍ତାହାର ‘ସଂକଳ୍ପ ପତ୍ର’ ଜାରି କରିଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟର ଏହାକୁ ଉନ୍ମୋଚନ କରିଛନ୍ତି। ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା, ଯୁବକଙ୍କ ବିକାଶ ଉପରେ ଫୋକସ୍ କରିଛି ବିଜେପି।

ବିଜେପିର ଇସ୍ତାହାରକୁ ବିଜେଡିର ପ୍ରଶ୍ନ – କହିଲା, ‘‘୨୦୧୪ର ପ୍ରତିଶ୍ରୁତି କୁଆଡ଼େ ଗଲା?’’
୨୦୧୯ ନିର୍ବାଚନ ପାଇଁ ଓଡ଼ିଶା ପରିପ୍ରେକ୍ଷୀରେ ଇସ୍ତାହାର ପ୍ରକାଶ କରିଛନ୍ତି ବିଜେପି ଓ କଂଗ୍ରେସ। ଏହି ଇସ୍ତାହାର ପତ୍ରରେ ବିଜେପି ଏବଂ କଂଗ୍ରେସ ଓଡ଼ିଶାବାସୀଙ୍କୁ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ବିଜେପି ୯ଟି ସଙ୍କଳ୍ପ ଆଣିଥିବା ବେଳେ କଂଗ୍ରେସ ୧୯ଟି ପ୍ରତିଶ୍ରୁତି ଦେଇଛି। ଏହି ପ୍ରତିଶ୍ରୁତିକୁ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କଟାକ୍ଷ କରିଛନ୍ତି। ବିଜେପିର ଇସ୍ତାହାରକୁ ବିଜେଡି ଧୂଆଁବାଣ କହିଥିବା ବେଳେ କଂଗ୍ରେସ ଯେଉଁ ପ୍ରତିଶ୍ରୁତି ଦେଇଛି ସେଥିରେ ଓଡ଼ିଶା ବିପଦକୁ ଠେଲି ହୋଇଯିବ ବୋଲି କହିଛି।

୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
କଂଗ୍ରେସ ଆଜି ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଜାଣନ୍ତୁ କେଉଁ ୯ ଆସନରେ କିଏ ହେଲେ କଂଗ୍ରେସ ପ୍ରାର୍ଥୀ।
ଭଣ୍ଡାରିପୋଖରୀ – ନିରଞ୍ଜନ ପଟ୍ଟନାୟକ
ଭଦ୍ରକ – ନଳିନୀକାନ୍ତ ମହାନ୍ତି
ବଡ଼ଚଣା – ସୀତାକାନ୍ତ ମହାପାତ୍ର
ଧର୍ମଶାଳା – ବିଜ୍ଞାନ ପଣ୍ଡା
ସାଲେପୁର – ରବୀନ୍ଦ୍ରନାଥ କର
ମହାକାଳପଡ଼ା – ବିଭ୍ରାଂଶୁ ଶେଖର ଲେଙ୍କା
ତିର୍ତ୍ତୋଲ – ଦେବୀ ପ୍ରସାଦ ମଲ୍ଲିକ
ବାଲିକୁଦା-ଏରସମା – ଲଲାଟେନ୍ଦୁ ମହାପାତ୍ର
ନିମାପଡ଼ା – ସତ୍ୟବ୍ରତ ପାତ୍ର
ଗୁଣପୁରରେ ନବୀନ – କହିଲେ, ‘‘କେନ୍ଦ୍ର ସାଜିଛି ବିରାଡ଼ି ବୈଷ୍ଣବ’’
ରାୟଗଡ଼ା ଜିଲ୍ଲା ଗୁଣପୁରରେ ବିଜେଡିର ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆରମ୍ଭରୁ ନବୀନ କେନ୍ଦ୍ରକୁ ନିଶାନା କରିଛନ୍ତି। ଓଡ଼ିଶା ପ୍ରତି କେନ୍ଦ୍ରର ଆନ୍ତରିକତା ନଥିବା ଏବଂ ବିରାଡ଼ି ବୈଷ୍ଣବ ସାଜିଥିବା ନବୀନ କହିଛନ୍ତି।
ବାରିପଦାରୁ ବିଜେଡି ପ୍ରାର୍ଥୀ ହେଲେ ସରୋଜିନୀ ହେମ୍ବ୍ରମ
ଶେଷରେ ବାରିପଦା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମଙ୍କୁ ଦଳ ଟିକେଟ ଦେଇଛି। ସରୋଜିନୀ ବର୍ତ୍ତମାନ ରାଜ୍ୟସଭା ସାଂସଦ ଅଛନ୍ତି। ୨୦୦୯ରେ ସେ ବାଙ୍ଗିରିପୋଷି ବିଧାନସଭା ଆସନରୁ ବିଜେଡି ଟିକେଟରେ ନିର୍ବାଚନ ଜିତିଥିଲେ। ଏହାସହ ନବୀନ ପଟ୍ଟନାୟକଙ୍କ ସରକାରରେ ମନ୍ତ୍ରୀ ମଧ୍ୟ ଥିଲେ।
ବିଜେଡିରୁ ଇସ୍ତଫା ଦେଲେ ରବି ପାଣି
ନିର୍ବାଚନକୁ ଆଉ ମାତ୍ର ୪ ଦିନ ରହିଥିଲା ବେଳେ ଏବେ ନେତାଙ୍କର ଦଳ ଛଡ଼ା ପ୍ରକ୍ରିୟା ଜାରି ରହିଛି। ଏହି ମଧ୍ୟରେ ଆଜି ବିଜେଡିରୁ ଆଉ ଜଣେ ନେତା ଇସ୍ତଫା ଦେଇଛନ୍ତି। ସେ ହେଲେ ପୂର୍ବତନ ସାଂସଦ ତଥା ପାଲଲହଡ଼ା ପୂର୍ବତନ ବିଧାୟକ ରବି ନାରାୟଣ ପାଣି। ସେ ତାଙ୍କ ଇସ୍ତଫା ପତ୍ର ଦଳର ସୁପ୍ରମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ଟିକେଟ ନମିଳିବାରୁ ଅସନ୍ତୋଷ ପ୍ରକାଶ କରି ସେ ଦଳ ଛାଡ଼ିଥିବା କହିଛନ୍ତି।
ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍ ଖବର – କ୍ଲିକ୍ କରନ୍ତୁ
ବିଜେଡିକୁ ବି ଅଭାବ ଟାଣୁଆ ପ୍ରାର୍ଥୀ, ରାଜ୍ୟସଭା ନେତା ଭରସା!
ହଟ୍ ସିଟ୍ ବ୍ରହ୍ମପୁର – ଭୃଗୁଙ୍କ ଭରସା ମୋଦି ହାୱା
ଭୁବନେଶ୍ୱର-ଉତ୍ତର ହେବ ବସ୍ତି ମୁକ୍ତ, ମିଳିବ ସ୍ଥାୟୀ ପଟ୍ଟା – ଅପରାଜିତା ମହାନ୍ତି
ହଟ୍ ସିଟ୍ କୋରାପୁଟ – କଷଟି ପଥରରେ କୌଶଲ୍ୟା


















