ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଗଜପତି ଓ ରାୟଗଡ଼ାରେ ମାରାଥନ ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପ୍ରଥମେ ରାୟଗଡ଼ାର ଗୁଣପୁର, ବିଷମକଟକ ଓ ରାୟଗଡ଼ା ନିର୍ବାଚନ ମଣ୍ଡଳୀରେ ପ୍ରଚାର ଆରମ୍ଭ କରିଛନ୍ତି ନବୀନ। ଏବେ ନବୀନ ଗୁଣୁପୁରରେ ରୋଡ ସୋ କରିଛନ୍ତି। ରୋଡ ସୋ ପରେ ଏକ ସାଧାରଣ ସଭାରେ ଯୋଗ ଦେବାର ଦେଇଛନ୍ତି। ଏହି ସଭାରେ ନବୀନଙ୍କ ଆଭିମୁଖ୍ୟ କ’ଣ ରହିବ ସେ ଉପରେ ସମସ୍ତଙ୍କ ନଜର ରହିଛି।

ରାୟଗଡ଼ାରେ ନିର୍ବାଚନ ପ୍ରଚାର ସାରି ଗଜପତି ଯିବେ। ଗଜପତିର ମୋହନା ଓ ପାରଳାଖେମୁଣ୍ଡିରେ ପ୍ରଚାର କରିବେ ନବୀନ।

ନବୀନଙ୍କ ମାରାଥନ ପ୍ରଚାରର ଏହା ତୃତୀୟ ଦିନ। ଏପ୍ରିଲ ୩ରେ ଗଞ୍ଜାମରୁ ପ୍ରଚାର ଆରମ୍ଭ କରିଥିଲେ ନବୀନ। ଏପ୍ରିଲ ୬ରେ କୋରାପୁଟ ଜୟପୁରରେ ପ୍ରଚାର କରିଥିଲେ।

Comment