ଓଡ଼ିଶାଲାଇଭ୍‌ ବ୍ୟୁରୋ

କେବେ ଆପଣ ମାର୍କେଟ ସପିଂ କରିବାକୁ ଯାଇଛନ୍ତି ଏବଂ ଭୁଲରେ ଘରେ ପର୍ସ ଭୁଲି ଯାଇଛନ୍ତି କି ? କିନ୍ତୁ ଏପରି ସମୟରେ ଯଦି ଆପଣଙ୍କ ବିଲ ଦେଶର ପ୍ରଧାନମନ୍ତ୍ରୀ ବହନ କରନ୍ତି। କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ! ଏଭଳି ଘଟଣା ଘଟିଛି ନ୍ୟୁଜିଲାଣ୍ଡର ଜଣେ ମହିଳାଙ୍କ ସହ।

ନିକଟରେ କ୍ରିଷ୍ଟଚର୍ଚ ନାମକ ଜଣେ ମହିଳା ସୁପର ମାର୍କେଟକୁ ତାଙ୍କର ଦୁଇ ସନ୍ତାନଙ୍କୁ ସାଙ୍ଗରେ ନେଇ ସପିଂ ପାଇଁ ଯାଇଥିଲେ। ସେଠାରେ ଅନେକ ସାମଗ୍ରୀ କିଣିବା ପରେ ବିଲ ପାଇଁ ଲାଇନରେ ଠିଆ ହୋଇଥିବା ସମୟରେ ପର୍ସ ଆଣିନଥିବା ଜାଣିପାରିଥିଲେ । ଏପରି ସ୍ଥିତିରେ ମହିଳା ଜଣଙ୍କ କ’ଣ କରିବେ କିଛି ବୁଝି ପାରିନଥିଲେ।

ସବୁଠୁ ଆଶ୍ଚର୍ଯ୍ୟ କଥା, ମହିଳାଙ୍କୁ ଚିନ୍ତିତ ହେବାର ଦେଖି ସେହି ଲାଇନରେ ଠିଆ ହୋଇଥିବା ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ତାଙ୍କର ସମ୍ପୂର୍ଣ୍ଣ ବିଲ୍ ପୈଠ କରିଥିଲେ । ଏହି ଘଟଣା ସର୍ବସମ୍ମୁଖକୁ ଆସିବା ପରେ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କ ଖୁବ ପ୍ରଶଂସା କରାଯାଉଛି। ସେ ଏହାର ପ୍ରତିକ୍ରିୟାରେ କହିଛନ୍ତି, ମୁଁ ଜଣେ ମା’ ଏଣୁ ମୁଁ ସେହି ମହିଳାଙ୍କ ସାହାଯ୍ୟ କରିଛି। ଘଟଣା ବିଷୟରେ ମହିଳାଙ୍କ ସାଙ୍ଗ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।

Comment