ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣତଃ ବେଲୁନ ବାଲା ପାଟିରେ ବେଲୁନ ଫୁଙ୍କିବାର ଲୋକେ ଦେଖିଥିବେ। କିନ୍ତୁ କେବେ କେହି କାନରେ ବେଲୁନ ଫୁଙ୍କିବାର ଶୁଣି ନଥିବେ। ବିଶ୍ୱାସ ହେଉ ନଥିଲେ ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ। ଲୋକଟି ବଡ଼ ଅଜବ ପ୍ରକାରର କାରନାମା କରିବାରେ ଓସ୍ତାଦ।

ଉତ୍ତରପ୍ରଦେଶର ସୋନଭଦ୍ର ଜିଲ୍ଲାର ଲସଡ଼ା ଗାଁରେ ରହୁଥିବା ମଣିଶଙ୍କର ପାଣ୍ଡେ କାନରେ ବେଲୁନ ଫୁଙ୍କିବାରେ ମାହିର। ଏମିତି କି ସେ କାନରେ ଫୁଙ୍କା ମାରି ସେ ମହମବତୀକୁ ବି ଲିଭାଇପାରନ୍ତି।

ମଣିଶଙ୍କର ବେଲୁନ ଫୁଙ୍କିବା ପୂର୍ବରୁ ଦୀର୍ଘ ଶ୍ୱାସ ନେଇ ପବନ ସବୁକୁ ଛାତି ପାଖରେ ରଖନ୍ତି। ଏହାପରେ ନାକ ବନ୍ଦ କରି କାନ ବାଟେ ପବନ ସବୁ ବାହାର କରନ୍ତି। ଏହାଦ୍ୱାରା ବେଲୁନ ଏମିତି ଫୁଲେ ଯେମିତି ପାଟି ବାଟେ ଫୁଲିଥାଏ।

ମଣିଶଙ୍କର ଏହି ଅଜବ କାରନାମା କରିବାକୁ ଅନେକ ବର୍ଷ ହେଲା ଅଭ୍ୟାସ କରିଆସୁଥିଲେ। ତେଣୁ ତାଙ୍କର ଏହି ପ୍ରତିଭା ପାଇଁ ବହୁ ଆଡୁ ସମ୍ମାନିତ ହୋଇସାରିଲେଣି। ମଣିଶଙ୍କରଙ୍କ ଏହି କାରନାମାକୁ ଦେଖିବାକୁ ଦୂରଦୂରାନ୍ତରୁ ଲୋକେ ଆସିଥାନ୍ତି।

Comment