ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ମତଦାନ ସମୟରେ ଭୋଟରଙ୍କ ହାତରେ କାଳି ଲାଗିଥାଏ ଜାଣନ୍ତୁ ଏହି କାଳିର କାହାଣୀ

ଯେତେବେଳେ ନିର୍ବାଚନ ପାଖେଇ ଆସେ ସେତେବେଳେ ସମସ୍ତଙ୍କ ନିକଟରେ ନିର୍ବାଚନକୁ ନେଇ ଉତ୍କଣ୍ଠା ଦେଖାଯାଇଥାଏ। ଅନେକ ନିଜର ମତଦାନକୁ ନେଇ ମଧ୍ୟ ବେଶ୍‌ ଉତ୍ସାହୀ ଥାଆନ୍ତି। ମତଦାନ କରିବା ସମୟରେ ଭୋଟରଙ୍କ ହାତରେ ଏକ ପ୍ରକାର କାଳି ଲଗାଯାଏ।

ଏମିତିକି ଭୋଟର ହାତରେ ଲାଗିଥିବା କାଳିକୁ ବେଶ୍‌ ଖୁସିରେ ପ୍ରଦର୍ଶନ କରିଥାନ୍ତି। ହେଲେ ଅନେକ ଏହି କାଳି ପଛରେ ଥିବା କାହାଣୀ ହୁଏତ ଜାଣିନଥିବେ।indelible ink

ଜାଣନ୍ତୁ ରହିଛି କାଳିର କାହାଣୀ

ମତାଦାନରେ ଜାଲିଆତି ରୋକିବା ପାଇଁ ଭୋଟରଙ୍କ ହାତରେ ଏହି କାଳି ବ୍ୟବହାର ହୋଇଥାଏ। ସର୍ବ ପ୍ରଥମେ ମହୀଶୂରର ମହରାଜା ନାଲୱାଡି କୃଷ୍ଣରାଜ ୱାଡିୟର ୧୯୩୭ ମସିହାରେ ମହୀଶୂର ଲେକ ଆଣ୍ଡ ପେଣ୍ଟସ୍‌ ଲିମିଟେଡ କମ୍ପାନି(ବର୍ତ୍ତମାନର ମହୀଶୂର ପେଣ୍ଟସ୍‌ ଆଣ୍ଡ ବାର୍ନିସ୍‌ ଲିମିଟେଡ)ରେ ପ୍ରସ୍ତୁତ କରିଥିଲେ।

ଭାରତର ଦୁଇଟି କମ୍ପାନି ପ୍ରସ୍ତୁତ କରିଥାନ୍ତି ଏହି କାଳି

ଭୋଟଦାନ ପରି କାର୍ଯ୍ୟରେ ବ୍ୟବହୃତ କାଳି ଆଦୌ ସାଧାରଣ ନୁହେଁ। ଯେକୌଣସି କମ୍ପାନି ଏହାକୁ ପ୍ରସ୍ତୁତ କରିପାରିବ ନାହିଁ। ଭାରତର କେବଳ ଦୁଇଟି କମ୍ପାନି ଏହି କାଳି ପ୍ରସ୍ତୁତ କରିବା ପାଇଁ ସ୍ୱୀକୃତି ପାଇଛନ୍ତି।

ହାଇଦ୍ରାବାଦର ରାୟଡୁ ଲ୍ୟାବ୍‌ସ ଏବଂ ମହୀଶୂରର ମହୀଶୂର ପେଣ୍ଟ୍‌ସ ଆଣ୍ଡ ବାର୍ନିସ ଲିମିଟେଡ ନାମକ ଏହି କମ୍ପାନି ସମଗ୍ର ଦେଶରେ ନିର୍ବାଚନ ପାଇଁ କାଳି ଯୋଗାଇଥାନ୍ତି।

୨୦୧୪ ମସିହାରେ ହୋଇଥିବା ନିର୍ବାଚନ ସମୟରେ ମୁଖ୍ୟ ନିର୍ବାଚନ କମିଶନର ଏହି କାଳିରେ ସିଲଭରର ନାଇଟ୍ରେଟର ପରିମାଣ ୨୦-୨୫ ପ୍ରତିଶତ ବଢ଼ାଇ ଦେଇଥିଲେ।

ଯାହାଦ୍ୱାରା ଏହା ଶୀଘ୍ର ଲିଭିଯିବ ନାହିଁ। ସିଲଭର ନାଇଟ୍ରେଟର ଭୋଟର କାଳିରେ ବ୍ୟବହୃତ ହେଉଥିବା ମୁଖ୍ୟ ଉପାଦାନ। ଏହି କାଳି ଚିହ୍ନ ପ୍ରାୟ ଏକ ସପ୍ତାହ ରହିଥାଏ।

Comment