ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏପ୍ରିଲ ମାସର ରାଶିଫଳ। ଜାଣନ୍ତୁ କ’ଣ କହୁଛି ଆପଣଙ୍କ ରାଶି?

ମେଷ : ବାଧା ସତ୍ତ୍ୱେ କାର୍ଯ୍ୟରେ ଅଗ୍ରଗତି ହେବେ। ଦୂରଯାତ୍ରା କରିବାର ଥିଲେ ଏହା ସଫଳ ହେବ। ପରକୁ ସାହାଯ୍ୟ କରି ଅପଦସ୍ତ ହେବେ। ତେଣୁ ସେପରି କିଛି ପରିସ୍ଥିତି ଆସିଲେ ଭାବିଚିନ୍ତି ପଦକ୍ଷେପ ନିଅନ୍ତୁ। ଧନ ସଞ୍ଚୟ ପାଇଁ ଆଗ୍ରହ ଉପୁଜିବ। ମନ ଦୁର୍ବଳ ହେବ। ଭାତୃ ବିବାଦ ଯୋଗୁଁ ପରିବାରରେ ଅଶାନ୍ତି ଉପୁଜି ପାରେ। ଶତୃ କଳହରୁ ରକ୍ଷା ପାଇବେ। ଏହି ମାସରେ ସୁ ସମ୍ବାଦ ପାଇ ଖୁସି ହୋଇପାରନ୍ତି। ପରିବାରରେ ଅଶାନ୍ତି ବଢ଼ିପାରେ। ମାଙ୍ଗଳିକ କାର୍ଯ୍ୟରେ ଅପଦସ୍ତ ହେବେ। ବନ୍ଧୁ ସହଯୋଗରେ ଖୁସି ହେବେ। ପୈତୃକ ସମ୍ପତ୍ତି ଭାଗ ବଣ୍ଟନ ହେବ। ସାମାନ୍ୟ ଅସୁସ୍ଥତା ଭୋଗିପାରନ୍ତି। ଉପକାର ସୁଝିବାର ଚେଷ୍ଟା କରିବେ। ଅନ୍ୟ ମନସ୍କତା ହେତୁ କ୍ଷତି ସହିବେ। କାର୍ଯ୍ୟ ସିଦ୍ଧି ପାଇଁ ଲାଗି ପଡ଼ିବେ। ଅର୍ଥ ଲାଭର ଆଶା ଅଛି।

ବୃଷ : କୌଣସି ମତେ କାର୍ଯ୍ୟ ଚଳାଇ ନେବେ। କର୍ମ ପନ୍ଥା ସ୍ଥିର କରିବେ। ଅଶାନ୍ତି ଅନୁଭବ କରିବେ। ମନ ଚଞ୍ଚଳ ରହିବ। ଭ୍ରମଣାଦିରେ ଶାନ୍ତି ପାଇବେ। ପରିସ୍ଥିତିରୁ ଭୟ ଉପୁଜିବ। କୌଣସି କଥା କୁ ନେଇ ଅଫିସ କିମ୍ବା ଘରେ ଅଶାନ୍ତି ହୋଇପାରେ। ମାନସିକ ଶାନ୍ତି ପାଇବେ। ଅଯଥା ଅସୁବିଧାରେ ପଡ଼ିପାରନ୍ତି। ପରିବାରରେ ବିଶୃଙ୍ଖଳା ଦେଖାଯିବ। କଳହାଦିରେ ଜଡ଼ିତ ହେବେ। ଯେଉଁ କଥା ପାଇଁ ଅନେକ ଦିନରୁ ଚିନ୍ତିତ ଥିଲେ ସେ ନେଇ କିଛି ଶୁଭ ଖବର ପାଇପାରନ୍ତି। ପ୍ରତିଦ୍ୱନ୍ଦ୍ୱିତାରେ ଲାଭ ହେବ। ଧୈର୍ଯ୍ୟ ଧରି କାମ କଲେ ସଫଳ ହେବେ। ଇଚ୍ଛା ବିରୁଦ୍ଧରେ କାର୍ଯ୍ୟ କରିବେ। ବିରକ୍ତିକର ପରିସ୍ଥିତି ଉପୁଜିପାରେ। ନୂତନ ନିଯୁକ୍ତି ପାଇବା ଯୋଗ ଅଛି। ମାନସିକ ଭାରସାମ୍ୟ ହରାଇବେ। ଗୃହ କାର୍ଯ୍ୟରେ ବ୍ୟସ୍ତ ରହିବେ। ସଫଳତାର ନିକଟବର୍ତ୍ତୀ ହେବେ। ଅପ୍ରିୟ ପରିସ୍ଥିତିରେ ପଡ଼ିବେ। ପ୍ରତାରଣାରେ ପଡ଼ିପାରନ୍ତି।

ମିଥୁନ : ଏମାସରେ ଆପଣ ପ୍ରିୟଜନଙ୍କଠାରୁ ସାହାଯ୍ୟ ପାଇବେ। ପଡ଼ୋଶୀଙ୍କ ସହ ମନୋମାଳିନ୍ୟ ଘଟିପାରେ। ମନ ଦୁର୍ବଳ ହେବ। ନୂତନ ସ୍ଥାନ ଭ୍ରମଣ କରିପାରନ୍ତି। ଅଧିକ କାମ ପାଇଁ କ୍ଳାନ୍ତି ଅନୁଭବ କରିବେ। କାର୍ଯ୍ୟରେ ପରିବର୍ତ୍ତନ ଘଟିବ। ବ୍ୟୟ ବୃଦ୍ଧି ହେତୁ ଚିନ୍ତିତ ହେବେ। ଯେଉଁ କାମ କରିବେ ସେଥିରୁ ଆପଣ ଖୁସି ପାଇବେ। ମାନସିକ ଉଦ୍‌ବେଗ ହେବେ। ବନ୍ଧୁଙ୍କଠାରୁ ସହଯୋଗ ମିଳିବ ନାହିଁ। କିଛି ଦୂର ସ୍ଥାନ ଭ୍ରମଣ କରିବେ। ଧନଲାଭର ଯୋଗ ରହିଛି। କର୍ମକ୍ଷେତ୍ରରେ ସଫଳ ହେବେ। ଦୂର ଯାତ୍ରା ଯୋଗ ଅଛି। ବ୍ୟବସାୟ ଭଲରେ ଚାଲିବ। ଦେହ ସୁସ୍ଥ ରହିବ। ଅଭାବ ହେତୁ କଷ୍ଟ ଭୋଗିବେ। ମନ୍ଦ କାର୍ଯ୍ୟରୁ କ୍ଷତି ସହିବେ। ବ୍ୟସ୍ତତା ବଢ଼ିବ। କାର୍ଯ୍ୟ ହାନି ଘଟିବ। ମିତ୍ର ଲାଭ ଯୋଗ ଅଛି। ଦୂର ଯାତ୍ରା କରିପାରନ୍ତି। ଲକ୍ଷ୍ୟ ପୂରଣ ହେବ। ଲୋକ ସମ୍ପର୍କ ବଢ଼ିବ। ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ଖୁସି ହେବେ।

କର୍କଟ : ଅଧିକାଂଶ ଦିନ ବ୍ୟସ୍ତତାରେ କଟିବ। ଅବାଞ୍ଛିତ ଘଟଣା ଘଟିପାରେ। ପର ଉପରେ ନିର୍ଭର କରିବେ। ଶାରୀରିକ ଆଘାତ ପାଇବେ। କାର୍ଯ୍ୟକୁ ନେଇ ଅଶାନ୍ତି ହେବେ। ବିବାଦର ସମାଧାନ ହେବ। ସମ୍ମାନ ହାନି ଘଟିପାରେ। କର୍ମବନ୍ଧନ ଯୋଗ ପ୍ରାପ୍ତ ହେବ। ନୂତନ କାର୍ଯ୍ୟରେ ଆନନ୍ଦ ପାଇବ। କୌଣସି କଥାକୁ ନେଇ ସାଙ୍ଗସାଥୀମାନେ ଭୂଲ ବୁଝିପାରନ୍ତି। ଖର୍ଚ୍ଚ ବଢ଼ିବାରୁ ଅଶାନ୍ତି ହେବ। ପରୀକ୍ଷାରେ କୃତକାର୍ଯ୍ୟ ହେବେ। ଚାଷ ଉପଯୋଗୀ ଜମି କ୍ରୟ କରିବାର ଯୋଗ ରହିଛି। ଅଧିକ ଖର୍ଚ୍ଚ ହେତୁ ଟଙ୍କାର ଅଭାବ ଦେଖାଦେଇପାରେ। କୌଣସି ଦିଗରୁ ଶୁଭ ଖବର ମିଳିବ। ଅନ୍ୟକୁ ସାହାଯ୍ୟ କରି ବିପଦରେ ପଡ଼ିବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଉତ୍ସବାଦିରେ ସମ୍ମିଳିତ ହେବେ। ଶତ୍ରୁ ବଢ଼ିବା ସହ ଶତୃତାର ସମ୍ମୁଖୀନ ହେବେ। ଭାଗ୍ୟଚକ୍ରରେ ଉନ୍ନତି ଘଟିବ। କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ଘଟିବ।

ସିଂହ : ଅଧିକାର ହରାଇପାରନ୍ତି। ମନ ଅସ୍ଥିର ରହିବ। ବ୍ୟାକୁଳତା ବଢ଼ିପାରେ। କାର୍ଯ୍ୟରେ ବାଧା ଉପୁଜିବ। ଦୂର ସମ୍ପର୍କରେ ଉପକୃତ ହେବେ। ଦେବଦର୍ଶନରେ ଆନନ୍ଦ ପାଇବେ। ପରିସ୍ଥିତି ଆୟତ୍ତରେ ରହିବ। ନିଜ କାର୍ଯ୍ୟରେ ଲାଗି ରହିବେ। ମନ ବ୍ୟାକୁଳ ରହିବ। ଅଭାବରେ ପଡ଼ିପାରନ୍ତି। ଅଧିକାର ସଙ୍କୁଚିତ ହେବ। ମଧ୍ୟମ ଫଳ ପ୍ରାପ୍ତ ହୋଇପାରେ। ଆୟ ବୃଦ୍ଧି ଘଟିବ। ଅନିଶ୍ଚିତତା ଅନୁଭବ କରିବେ। ଅଯଥା ହନ୍ତସନ୍ତ ହୋଇପାରନ୍ତି। ଯାତ୍ରାଦିରେ ଲାଭବାନ ହେବେ। ସମୟ ଅନୁକୂଳ ରହିବ। ପ୍ରଗତିଶୀଳ ହେବେ। ଆର୍ଥିକ ଅନାଟନ ଦୂର ହେବ। ବନ୍ଧୁ ମିଳନରେ ସୁଯୋଗ ରହିଛି। ଋଣଗ୍ରସ୍ତ ହୋଇପାରନ୍ତି। ଧନାଦି ବୃଦ୍ଧି ଘଟିବ। ପରିବେଶ ବଦଳି ଯିବ। କାର୍ଯ୍ୟ ଚାପ ବଢ଼ିବ।

କନ୍ୟା : ନିଜ କାର୍ଯ୍ୟରେ ସମୀକ୍ଷା କରିବେ। କୌଣସି କାରଣକୁ ନେଇ ପରିବାର ପାଇଁ ଚିନ୍ତିତ ହେବେ। ନୂତନ କାର୍ଯ୍ୟରେ ଆଗ୍ରହୀ ହେବେ। ସମସ୍ୟା ବଢ଼ିବାକୁ ଲାଗିବ। ଧର୍ମଭାବନାରୁ ଶାନ୍ତି ମିଳିବ। ସହକର୍ମୀଙ୍କୁ ସହାୟତା କରିବେ। ଆଶଙ୍କା ଦୂରେଇ ଯିବ। କାର୍ଯ୍ୟରେ ଆନନ୍ଦ ମିଳିବ। ଉଚ୍ଚ ମହଲରେ ପରିଚିତ ହେବେ। ପରିହାସରୁ ଦ୍ୱନ୍ଦ୍ୱ ଉପୁଜିବ। ସହକର୍ମୀଙ୍କ ପାଇଁ ବ୍ୟସ୍ତ ହୋଇପାରନ୍ତି। କୌଣସି କାର୍ଯ୍ୟରେ ପ୍ରତାରିତ ହେବେ। ଯଗିରଖି ଚଳନ୍ତୁ। ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହେବେ। ଗୃହ ଉପକରଣ ସଂଗ୍ରହ କରିପାରନ୍ତି। କର୍ମରେ ଦକ୍ଷତା ଦେଖାଇପାରିବେ। ଅନ୍ୟର ନିୟନ୍ତ୍ରଣରେ ରହିପାରନ୍ତି। ଧର୍ମଭାବନାରୁ ଶାନ୍ତି ମିଳିବ। ଯୋଜନାରେ ପରିବର୍ତ୍ତନ କରିବେ। ପରିବେଶ ଲାଭଜନକ ହେବ। ଚିନ୍ତା ଦୂରେଇ ଯିବ। ଭାତୃ ବିବାଦ ହେବାର ଆଶା ଅଛି। ପଡ଼ୋଶୀମାନେ ସହଯୋଗ କରିବେ ନାହିଁ।

ତୁଳା : ଅପବାଦରୁ ରକ୍ଷା ପାଇବେ। ଅଯାଚିତ ସାହାଯ୍ୟ ପାଇବେ। କାର୍ଯ୍ୟରେ ସମସ୍ୟା ଉପୁଜିବ। ସଫଳତାର ନିକଟବର୍ତ୍ତୀ ହେବେ। ଲୋକ ସମ୍ପର୍କ ବଢ଼ିବ। ଗୃହରେ ଅଶାନ୍ତି ଉପୁଜିବ। ସାହାଯ୍ୟ ବୃଥା ହେବ। ଦେହ ଖରାପ ହୋଇପାରେ। କୌଣସି ଖହବକୁ ନେଇ ସୁଖୀ ହେବେ। ଆର୍ଥିକ ସାହାଯ୍ୟ ପାଇବେ। ଉଚ୍ଚଭିଳାଷୀ ହେବେ। ଆୟ ଯୋଗ ଅଛି। ଗୃହରେ ଚିନ୍ତା ବଢ଼ିବ। ମାନସିକ ଶାନ୍ତି ହରାଇବେ। ଫଳ ଶୁଭ ହେବ। କାର୍ଯ୍ୟରେ ସଫଳ ହୋଇପାରନ୍ତି। ସେବା କାର୍ଯ୍ୟ କରିବେ। ଦେହ ଭଲ ରହିପାରେ। ମନ ଭଲ ରହିବ। ଋଣ ମୁକ୍ତ ହୋଇପାରନ୍ତି। ଆଦର ସମ୍ମାନ ପାଇବେ। ପ୍ରତିଷ୍ଠା ଲାଭ କରିବେ। ଅଭାବରୁ ମୁକ୍ତି ମିଳିବ। ସତର୍କତା ଆବଶ୍ୟକ ହେବ। ଲାଭ ଆଶାରେ ଉତ୍ସାହିତ ହେବେ।

ବିଛା : ମାନସିକ ଅଶାନ୍ତି ଭୋଗିବେ। ବିପଦ ସଙ୍କଟରୁ ଦୂରେଇ ଯିବେ। ପରିସ୍ଥିତିରୁ ଆସ୍ଥା ତୁଟିବ। ବିଶ୍ୱାସରେ ହାନି ଘଟିବ। କର୍ମକ୍ଷେତ୍ରରେ ସହାୟତା ମିଳିବ। ଅନ୍ୟ ମନସ୍କତା ଅନୁଭବ କରିବେ। ଯୋଗାଯୋଗରେ ପ୍ରଗତି ଘଟିବ। ମନ ଭିତରେ ଆନନ୍ଦ ସୃଷ୍ଟି ହେବ। ବ୍ୟୟ ବଢ଼ିବାରୁ ବିଚଳିତ ହେବେ। ଯଦି କୌଣସି କାର୍ଯ୍ୟ କରିଛନ୍ତି ତେବେ ସଫଳତା ହାସଲ କରିବେ। ଚାହୁଁଥିବା ସହାୟତା ପାଇବେ। ପ୍ରଭାବରେ ବୃଦ୍ଧି ଘଟିବ। ଭାତୃ ବିବାଦ ଲାଗି ରହିବ। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ବ୍ୟସ୍ତ ରହିବେ। ନୂତନ ଜାଗା କ୍ରୟ କରିବାର ସୁଯୋଗ ମିଳିପାରେ। ତୀର୍ଥ ଯାତ୍ରା କରିବାର ସୁଯୋଗ ପାଇବେ। କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଯିବ। ଅପମାନିତ ହେବାର ଯୋଗ ଅଛି। କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ। ପରିସ୍ଥିତି ପ୍ରତି ଉଦାସିନ ରହିବେ।

ଧନୁ : ସଙ୍କଟର ମୁକାବିଲା କରିବେ। ପ୍ରାୟତଃ ଲାଭବାନ ହୋଇପାରନ୍ତି। ଅର୍ଥ ଉପାର୍ଜନ ବଢ଼ିପାରେ। ବାଧା ଏଡ଼ାଇପାରନ୍ତି। ଗୃହ କାର୍ଯ୍ୟରେ ମନ ଦେବେ। ବିରକ୍ତି ପ୍ରକାଶ କରିବେ। ମନୋମାଳିନ୍ୟ ଉପୁଜିପାରେ। ଦିନ ସାରା ବ୍ୟସ୍ତ ରହିବେ। ମନରବଳ ହ୍ରାସ ପାଇବ। ଦେହ ସୁସ୍ଥ ରହିବ। ଆୟ ବିଶେଷ ଭଲ ହେବ ନାହିଁ। ବ୍ୟବସାୟରେ ଉନ୍ନତି ହେବ। ଧୈର୍ଯ୍ୟ ଓ ସାହସର ସହିତ କାର୍ଯ୍ୟକରିବେ। ଚୋରି ଦ୍ରବ୍ୟର ସନ୍ଧାନ ପାଇବେ। ଭାତୃ ବିବାଦ ଦେଖାଦେଇପାରେ। ସ୍ତ୍ରୀଠୁ ପ୍ରେରଣା ପାଇବେ। ଯାତ୍ରାଦିରେ ସମ୍ମିଳିତ ହେବେ। ଅତିଥି ସତ୍କାର କରିପାରନ୍ତି। ବନ୍ଧୁବର୍ଗରେ ଅପ୍ରସ୍ତୁତ ହେବେ। ଅପେକ୍ଷା କରି କାର୍ଯ୍ୟ କରିବେ। ସ୍ୱାସ୍ଥ୍ୟ ଚିନ୍ତାଜନକ ହେବ। ମନ ଉଦ୍‌ବିଘ୍ନ ରହିବ। ଅନୁସନ୍ଧାନ ସଫଳ ହେବ। ବନ୍ଧୁ ସହଯୋଗ ପାଇବେ।

ମକର : କାର୍ଯ୍ୟରେ ଉନ୍ନତି ହେବ। ଦ୍ରବ୍ୟ ଲାଭ କରିପାରନ୍ତି। ଗୃହରୁ ଆନନ୍ଦ ପାଇବେ। ମାନସିକ ବ୍ୟସ୍ତତା ବଢ଼ିବ। କାର୍ଯ୍ୟରୁ ଆଗ୍ରହ ବଢ଼ାଇବେ। ଦକ୍ଷତା ଓ ଅଭିଜ୍ଞତା ବଢ଼ିବ। କାର୍ଯ୍ୟରେ ଉନ୍ନତି ହେବ। କଳହାଦିରେ ଧନ୍ଧି ହେବେ। ବୃଥା କାର୍ଯ୍ୟରେ ମନ ଦେବେ।ଶୁଭ ଖବର ମିଳିପାରେ। ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ରହିବେ। ଭାତୃ ବିବାଦ ଲାଗିବ। ବ୍ୟବସାୟ ଲାଭଜନକ ହେବ। ଭୋଜନାଦିରୁ ଆଗ୍ରହ ହରାଇବେ। ମାଙ୍ଗଳିକ କାର୍ଯ୍ୟରେ ମନ ଦେବେ। କର୍ମ ସଂସ୍ଥାରେ ବ୍ୟାଘାତ ଘଟିବ। ଦେବଦର୍ଶନ କରି ଶାନ୍ତି ପାଇବେ। କୌଣସି ଏକ ଜାଗାକୁ ନେଇ ଅଶାନ୍ତି ଦେଖାଦେବ। ପ୍ରତାରଣାରେ ପଡ଼ିପାରନ୍ତି। ନିଜକୁ ସାନ୍ତ୍ୱନା ଦେବେ ବିପଦ କିଛିଦିନ ମଧ୍ୟରେ ଦୂରେଇ ଯିବ। ସହକର୍ମୀଙ୍କଠୁ ସାହାଯ୍ୟ ପାଇବେ। ସ୍ମରଣ ହାନି ଘଟିପାରେ। ମାନସିକ ଉତ୍ତେଜନା ଭୋଗିବେ।

କୁମ୍ଭ : କାର୍ଯ୍ୟ ସଫଳରେ ବିଳମ୍ବିତ ହେବ। ପଡ଼ୋଶୀଙ୍କ ପାଇଁ ବିବ୍ରତ ହୋଇପାରନ୍ତି। କାର୍ଯ୍ୟ ଭାର ବଢ଼ିପାରେ। ଧୈର୍ଯ୍ୟର ପୁରସ୍କାର ପାଇବେ। ଅଟକିଥିବା କାର୍ଯ୍ୟ ଆଗେଇବ। କ୍ଷତିରେ ପଡ଼ିପାରନ୍ତି। ବ୍ୟବସାୟରେ କାରବାର ବଢ଼ିପାରେ। ଗୃହରେ ଅଶାନ୍ତି ସୃଷ୍ଟି ହୋଇପାରେ। ଆୟ ଖୁବ୍ ଭଲ ହେବ। ଧୈର୍ଯ୍ୟର ସହ କାର୍ଯ୍ୟ କରି ଖୁସି ହୋଇପାରନ୍ତି। ପିତୃ ସେବାରେ ଆଗ୍ରହୀ ହେବେ। ମାନସିକ ଦୃଢ଼ତା ବଢ଼ିବ। ଯାତ୍ରାଦିରେ ଖର୍ଚ୍ଚ ବଢ଼ିପାରେ। ମାନସିକ କଷ୍ଟ ବଢ଼ିପାରେ। କାର୍ଯ୍ୟ ସଫଳ ହେବ। ନିଜ କାର୍ଯ୍ୟରୁ ଆନନ୍ଦ ପାଇବେ। ଭୋଜନାଦିରେ ତୃପ୍ତି ହେବ। ସୁସମ୍ବାଦ ପାଇପାରନ୍ତି। ଇଚ୍ଛାନୁଯାୟୀ ଫଳ ପାଇବେ। ବିଚାର କରି କାର୍ଯ୍ୟ କରିବେ। ବନ୍ଧୁ ବର୍ଗରେ ସହାୟତା ମିଳିବ। ଶତ୍ରୁ ସହିତ ମିଳାମିଶା କରିବେ।

ମୀନ : ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ। ବନ୍ଧୁ ସହଯୋଗ ମିଳିବ। ଜୁଲମରେ ପଡ଼ିପାରନ୍ତି। ପ୍ରତିଦ୍ୱନ୍ଦ୍ୱିତାରେ ଲାଭବାନ ହେବେ। ଚାକିରିରେ ପଦୋନ୍ନତି ହୋଇପାରେ। ଦେବଦର୍ଶନ କରିପାରନ୍ତି। ବନ୍ଧୁ ସହଯୋଗ ମନାନ୍ତର ହେବ। ପ୍ରରୋଚନାରେ ହାନି ସହିବେ। ଯାତ୍ରାଦିରୁ ଆନନ୍ଦ ପାଇବେ। ଅଧିକାର ପ୍ରତି ସଚେତନ ହେବ। ଶତୃଦ୍ୱାରା ପ୍ରଭାବିତ ହେବେ। ସୁସମ୍ବାଦ ପାଇପାରନ୍ତି। ପରିବେଶ ଲାଭଜନକ ହେବ। ବ୍ୟୟ ଭାର ବଢ଼ିବ। ଗୃହରେ କଳହ ଉପୁଜିବ। ସାମାନ୍ୟ ଲାଭ ହେବ। ସ୍ମରଣଶକ୍ତିରେ ହାନି ଘଟିପାରେ। ଗୃହରେ କାର୍ଯ୍ୟ ବ୍ୟସ୍ତ ରହିବେ। ଅଭିଜ୍ଞତା ବଢ଼ିବ। ଶୁଭ ବାର୍ତ୍ତା ମିଳିବ। କାର୍ଯ୍ୟରେ ବାଧା ଘଟିପାରେ। ଦୂର ଯାତ୍ରାରୁ ଲାଭ ମିଳିବ। ନିଷ୍ପତ୍ତି ବଦଳାଇ ପାରନ୍ତି। କର୍ମକ୍ଷେତ୍ରରେ ଉନ୍ନତି ଘଟିବ। ଶାରୀରିକ କଷ୍ଟ ଭୋଗିପାରନ୍ତି। କାର୍ଯ୍ୟ ଭାର ବଢ଼ିବ।

Comment