ଓଡ଼ିଶାଲାଇଭ୍‌ ବ୍ୟୁରୋ

ବୁଧବାର ଆଇପିଏଲ୍‌ରେ ଖେଳାଯାଉଛି ଚଳିତ ସିଜନ୍‌ର ୨୪ ତମ ମ୍ୟାଚ୍‌। ଏହି ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ କିଙ୍ଗ୍ସ ଏକାଦଶ ପଞ୍ଜାବ। ଏହି ହାଇଭୋଲ୍‌ଟେଜ୍ ମ୍ୟାଚ୍‌ ରାତି ୮ଟାରେ ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ।

ଏହା ପୂର୍ବରୁ ମୋହାଲିରେ ଖେଳାଯାଇଥିବା ମୁମ୍ବାଇ-ପଞ୍ଜାବ ମ୍ୟାଚ୍‌ରେ ପଞ୍ଜାବ ୮ ୱିକେଟରେ ବିଜୟ ହାସଲ କରିଥିଲା। ତେବେ ଆଜିର ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଘରୋଇ ଗ୍ରାଉଣ୍ଡ୍‌ରେ କିଙ୍ଗ୍ସ ଏକାଦଶ ପଞ୍ଜାବଠାରୁ ପ୍ରତିଶୋଧ ନେବା ପାଇଁ ଖେଳିବ।

ଚଳିତ ଆଇପିଏଲ୍‌ ସିଜନରେ ପଞ୍ଜାବ ୬ଟି ମ୍ୟାଚ୍‌ ଖେଳି ୪ଟି ବଜୟ ହେବା ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି। ଅନ୍ୟପଟେ ମୁମ୍ବାଇ ୫ଟି ମ୍ୟାଚ୍‌ ଖେଳି ୩ଟିରେ ଜିତି ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି। ମୁମ୍ବାଇ ଗତ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ହରାଇ ଥିବାରୁ ଜବରଦସ୍ତ ଫର୍ମରେ ରହିଛି। ତେଣୁ ଆଜିର ମ୍ୟାଚ୍‌ରେ ଗୋଟେ ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌ ଦେଖିବାକୁ ମିଳିବ।

Comment