ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ଓଡ଼ିଶାରେ ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନ ପାଇଁ ଶାନ୍ତିପୂର୍ଣ୍ଣ ଭାବେ ଭୋଟିଂ ଚାଲିଛି। ସନ୍ଧ୍ୟା ୫ଟା ସୁଦ୍ଧା ୬୬ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି।

ସୁରେନ୍ଦ୍ର କୁମାର କହିଛନ୍ତି, ‘‘ମାଓବାଦୀ ପ୍ରବଣ ଅଞ୍ଚଳରେ ୪ଟା ସୁଦ୍ଧା ଭୋଟିଂ ଶେଷ ହୋଇଛି। ତେବେ ଯେଉଁ ବୁଥରେ ଭୋଟର ଧାଡ଼ିରେ ଛିଡ଼ା ହୋଇଛନ୍ତି ସେଠି ମତଦାନ ଚାଲିଛି। ଅନ୍ୟ ବୁଥରେ ସନ୍ଧ୍ୟା ୬ଟାରେ ଭୋଟିଂ ଶେଷ ହେବ। ଯେର୍ଉମାନେ ଧାଡ଼ିରେ ଥିବେ ସେମାନେ ୬ଟା ପରେ ଭୋଟ ଦେଇ ପାରିବେ।’’

ସେ ଆହୁରି କହିଛନ୍ତି ଯେ ୯୫ ପ୍ରତିଶତ ବୁଥରେ ନିର୍ବାଚନ କମିଶନଙ୍କ ତରଫରୁ ହ୍ୱିଲ ଚେୟାର ବ୍ୟବସ୍ଥା କରାଯାଇଥିଲା। ବିଭିନ୍ନ ବୁଥରେ ୨ ଜଣ ଲେଖାଏଁ ଭଲ୍ୟୁଣ୍ଟର ମଧ୍ୟ ନିୟୋଜିତ କରାଯାଇଥିଲା। ଆଗାମୀ ଦିନରେ ହେବାକୁ ଥିବା ୩ ପର୍ଯ୍ୟାୟ ମତଦାନ ବେଳେ ଭୋଟରଙ୍କ ପାଇଁ ଆମେ ଅଧିକ ସଚେତନ ହେବୁ।

ସୁରେନ୍ଦ୍ର କୁମାର ଆହୁରି କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ବୁଥରେ ଭୋଟିଂ ଚାଲିଛି। ଭୋଟିଂ ଶେଷ ହେବା ପରେ ପୋଲିଂ ପାର୍ଟି ଫେରିବେ। ତା’ ପରେ ହିଁ ସଠିକ୍ ତଥ୍ୟ ମିଳି ପାରିବ।

LEAVE A REPLY

Please enter your comment!
Please enter your name here