ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

୨୦୧୯ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ସନ୍ଧ୍ୟା ୬ଟାରେ ଶେଷ ହୋଇଛି। ପ୍ରଥମ ପଯ୍ୟାୟ ମତଦାନ ଗୁରବାର ସକାଳ ୭ଟାରୁ ଆରମ୍ଭ ହୋଇଥିଲା।

ପ୍ରଥମ ପର୍ଯ୍ୟାୟରେ ଦେଶର ୨୦ଟି ରାଜ୍ୟର ୯୧ଟି ସିଟ୍‌ରେ ମତଦାନ ହୋଇଛି। ବିହାରର ୪ଟି ଆସନ, ଛତିଶଗଡ଼ ବସ୍ତର ଆସନ, ଓଡ଼ିଶାର ୪ଟି ଆସନ, ଆସାମର ୫ଟି, ଜମ୍ମୁ କଶ୍ମୀରର ୨ଟି, ମହାରାଷ୍ଟ୍ରର ୭ଟି  ଆସନରେ ମତାଦାନ ହୋଇଛି।

ଏହା ବ୍ୟ୍ୟତୀତ ପଶ୍ଚମ ବଙ୍ଗର ୨ଟି ଆସନରେ ମତଦାନ ହୋଇଛି।  ପ୍ରଥମ ପର୍ଯ୍ୟାୟରେ ପାଖାପାଖି ୧୪ କୋଟି ମତଦାତା ମତଦାନ କରିଛନ୍ତି।

ନିର୍ବାଚନ ଆୟୋଗଙ୍କ ମୁତାବକ ସବୁଠାରୁ ଅଧିକ ମତଦାନ ତ୍ରିପୁରା ଏବଂ ପଶ୍ଚିମବଙ୍ଗରେ ହୋଇଛି। ତ୍ରିପୁରାରେ ୮୧.୮ ପ୍ରତିଶତ ମତଦାନ ହୋଇଥିଲାବେଳେ ପଶ୍ଚିମବଙ୍ଗରେ ୮୧ ପ୍ରତିଶତ ମତଦାନ ହୋଇଛି।

ଆନ୍ଧ୍ର ପ୍ରଦେଶ ତେଲେଙ୍ଗାନା ସମେତ ୯ଟି ରାଜ୍ୟରେ ରାଜ୍ୟରେ ପ୍ରଥମ ପଯ୍ୟାୟରେ ହିଁ ନିର୍ବାଚନ ଶେଷ ହୋଇଛି। ଅରୁଣାଚଳ ପ୍ରଦେଶ, ମିଜୋରାମ, ନାଗାଲଣ୍ଡ, ସିକିମ୍‌, ମେଘାଳୟ, ଉତ୍ତରାଖଣ୍ଡ, ଲାକ୍ଷାଦ୍ଵିପରେ ସମସ୍ତ ଆସନର ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ କଏଦ ହୋଇସାରିଛି।

ଭୋଟ ପାଇଁ ସମସ୍ତ ବୁଥ୍‌ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ବିଶେଷ କରି ସମ୍ବେଦନଶୀଳ ବୁଥ୍‌ ଗୁଡ଼ିକ ପାଇଁ ବିଶେଷ ଧ୍ୟାନ ଦିଆଯାଇଥିଲା। ମତଦାନ ସମୟରେ କୌଣସି ପ୍ରକାର ହିଂସା ଆଚରଣକୁ ଏଡ଼ାଇବା ପାଇଁ ସମସ୍ତକ ବ୍ୟବସ୍ଥା କରାଯାଇଥିଲା।

Comment