ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଖି ଶରୀରର ସମ୍ବେଦନଶୀଳ ଅଙ୍ଗ ହୋଇଥାଏ। ଯେଉଁଠି ସାମନ୍ୟ ଧୂଳି କି ପୋକ ପଡ଼ିଗଲେ ବହୁ ଅସୁବିଧା ହୋଇଥାଏ। କିନ୍ତୁ ନିକଟରେ ଜଣେ ମହିଳାଙ୍କ ଆଖିରୁ ଡାକ୍ତର ତିନିଟି ଜୀବନ୍ତ ମହୁମାଛି ବାହାର କରିଛନ୍ତି। କଥାଟି ଶୁଣିବାକୁ ହୁଏତ ଆଶ୍ଚର୍ଯ୍ୟ ଲାଗିଥାଇପାରେ। ତାଇୱାନ ସହରରେ ଏଭଳି ଘଟଣା ଦେଖିବାକୁ ମଳିଛି। ଯାହାକୁ ଦେଖି ଡାକ୍ତର ବି ଚକିତ ହୋଇଯାଇଥିଲେ। ମହୁମାଛି ମହିଳାଙ୍କ ଆଖି ଗାଢ଼ାରେ ରହି ଯାଇଥିଲା।

ମହିଳାଙ୍କୁ ଏଭଳି ଅବସ୍ଥା ବିଷୟରେ ସେତେବେଳେ ଜଣାପଡ଼ିଥିଲା, ଯେତେବେଳେ ତାଙ୍କ ଆଖିରୁ ପାଣି ବାହାରିବା ବନ୍ଦ ହୋଇ ଯାଇଥିଲା। ଏଥିସହିତ ଯନ୍ତ୍ରଣା ବି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିଲା। ଏହା ପରେ ମହିଳା ଡାକ୍ତରଙ୍କ ପାଖକୁ ଯାଇ ନିଜର ଏହି ଅସୁବିଧା ବିଷୟରେ ଜଣାଇଥିଲେ। ଡାକ୍ତର ପରୀକ୍ଷା ପରେ ମହିଳାଙ୍କ ଆଖିରେ ଜୀବନ୍ତ ମହୁମାଛି ଥିବା ଜଣିବାକୁ ପାଇଥିଲେ। ମହୁମାଛି ଆଖିର ଲୁହ ପିଇ ବଞ୍ଚିଥିଲେ। ଆଖିରେ ଅସ୍ତ୍ରୋପ୍ରଚାର ଦ୍ୱାରା ଡାକ୍ତର ତିନିଟି ଜୀବନ୍ତ ମହୁମାଛିକୁ ବାହାର କରିଥିଲେ। ଏମିତି ଘଟଣା ତାଙ୍କ ଜୀବନରେ ପ୍ରଥମ ବୋଲି ଅସ୍ତ୍ରୋପ୍ରଚାର କରିଥିବା ଡାକ୍ତର କହିଛନ୍ତି।

Comment