ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ମାଂସ, ଫଳ, ପନିପରିବା ଇତ୍ୟାଦି କାଟିବାରେ ଛୁରୀ ବ୍ୟବହୃତ ହୁଏ। କିନ୍ତୁ ଆପଣ କେବେ ଶୁଣିଛନ୍ତି କି ଛୁରୀ ଦ୍ୱାରା ମସାଜ କରିବା? ଏହା ଶୁଣିବାକୁ ଟିକେ ଅଜବ ଲାଗୁଛି, କିନ୍ତୁ ଏହା ସମ୍ପୂର୍ଣ୍ଣ ସତ।ପୂର୍ବ ଏସିଆର ଏକ ଦେଶ ତାଇୱାନର ପାର୍ଲରରେ ଛୁରୀ ସାହାଯ୍ୟରେ ମସାଜ କରାଯାଏ।ଏହାକୁ ‘ଡାଉଲିଆଓ’ କୁହାଯାଏ, ଯାହାର ଅର୍ଥ ‘ନାଇଫ୍‌ ଥେରାପି’। ଛୁରୀ ଦ୍ୱାରା ଏହି ମସାଜ୍ ପରମ୍ପରା  ପ୍ରାୟ ୨୦୦୦ ବର୍ଷ ପୁରୁଣା। ବୌଦ୍ଧ ଭିକ୍ଷୁମାନେ ଏହାର ଆରମ୍ଭ କରିଥିବା ବିଶ୍ୱାସ ରହିଛି।

୧୯୪୦ରେ ଚୀନର ଗୃହଯୁଦ୍ଧ ସମୟରେ, ଛୁରୀରେ ମାଲିସ୍ କରିବାର ଏହି ପରମ୍ପରା ତାଇୱାନରେ ପହଞ୍ଚିଥିଲା। ଯଦିଓ ଏହି ପରମ୍ପରା ଏବେ ଚୀନ୍ ଏବଂ ଜାପାନରେ ନାହିଁ, ତଥାପି ତାଇୱାନରେ ଏହା ବହୁତ ଲୋକପ୍ରିୟ।

ଏହି ଥେରାପି ଶିକ୍ଷା ଦେବା ପାଇଁ ତାଇୱାନର ରାଜଧାନୀ ତାଇପେଇରେ ଏକ ଶିକ୍ଷା କେନ୍ଦ୍ର ମଧ୍ୟ ଖୋଲାଯାଇଛି। ଏହାର ନାମ ହେଉଛି, ଦି ଆନସିଆଣ୍ଟ ଆର୍ଟ ଅଫ୍‌ ନାଇଫ ଥେରାପି।  ତାଇୱାନରେ ଏହି ଶିକ୍ଷା କେନ୍ଦ୍ରର ପ୍ରାୟ ୩୬ ଟି ଶାଖା ଅଛି। ସେଥିମଧ୍ୟରୁ ୧୫ ଟି କେବଳ ଗତ ପାଞ୍ଚ ବର୍ଷ ମଧ୍ୟରେ ଖୋଲାଯାଇଛି। ଏଠାରେ ଲୋକଙ୍କୁ ଛୁରୀରେ ମସାଜ କରିବାର କଳା ଶିକ୍ଷା ଦିଆଯାଏ|

ଫ୍ରାନ୍ସ, କାନାଡା, ହଂକଂ ଏବଂ ଜାପାନର ଲୋକମାନେ ଏହି ଥେରାପି ଶିଖିବାକୁ ତାଇୱାନକୁ ଆସନ୍ତି।

Comment