ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଗୁରୁବାର ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା, ୨୮ଟି ବିଧାନସଭା ଆସନରେ ମତଦାନ ହୋଇଛି। ପ୍ରଥମ ପର୍ଯ୍ୟାୟରେ ନବରଙ୍ଗପୁରରେ ମୋଟ ୮୧.୭୨୪ ପ୍ରତିଶତ ମତଦାନ ହୋଇଛି।

ନବରଙ୍ଗପୁରରେ ସମୁଦାୟ ୪ ଟି ନିର୍ବାଚନ ମଣ୍ଡଳୀ ଆସୁଛି। ଏଥିରେ ମୋଟ ଭୋଟରଙ୍କ ସଂଖ୍ୟା ହେଉଛନ୍ତି ୮ଲକ୍ଷ ୧୬ହଜାର ୫୮୪ ଜଣ ରହିଥିବା ବେଳେ ସମୁଦାୟ ଭୋଟ ପଡିଛି ୬ଲକ୍ଷ ୮୩ ହଜାର ୭୯୮।

ସେହିପରି ୪ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ନବରଙ୍ଗପୁରରେ ନିର୍ବାଚନ ମଣ୍ଡଳୀରେ ୮୧ . ୬୨ ପ୍ରତିଶତ, ଝରିଗାଁ ନିର୍ବାଚନ ମଣ୍ଡଳୀରେ ୮୨ . ୭୯ ପ୍ରତିଶତ, ଡାବୁଗାଁ ନିର୍ବାଚନ ମଣ୍ଡଳୀରେ ୮୩ . ୪୭ ପ୍ରତିଶତ ଏବଂ ଉମରକୋଟ ନିର୍ବାଚନ ମଣ୍ଡଳୀରେ ମୋଟ ୭୯.୪୯ ପ୍ରତିଶତ ମତଦାନ ହୋଇଛି।

ନବରଙ୍ଗପୁରରେ ଅନେକ ହେଭିୱେଟଙ୍କର ଭାଗ୍ୟ ଇଭିଏମ୍‌ରେ ସିଲ ହୋଇସାରିଛି। ତେବେ କାହା ସପକ୍ଷରେ ଜନାଦେଶ ଆସୁଛି ତାହା ଆସନ୍ତା ମେ ୨୩ରେ ଜଣାପଡ଼ିବ।

Comment