ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଥମ ପର୍ଯ୍ୟାୟ ମତଦାନ ଗୁରୁବାର ଶେଷ ହୋଇଥିଲାବେଳେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଲାଗି ରାଜନୈତିକ ଦଳମାନେ ପ୍ରଚାର ଜୋର କରିଛନ୍ତି। ସମସ୍ତଙ୍କ ନଜର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଉପରେ ରହିଛି।

ସାରାଦେଶରେ ଏପ୍ରିଲ ୧୮ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ଆଜି ମିଶନ ସାଉଥ୍‌ରେ ଅଛନ୍ତି। ମୋଦି ଆଜି କେରଳରେ ସଭା କରିବେ। ମୋଦି ସଭାପରେ କେରଳରେ ଆଜି ରାତ୍ରି ଯାପନ କରିବେ।

କେରଳ ପୂର୍ବରୁ ସେ ମହାରାଷ୍ଟ୍ରର ଅହମ୍ମଦନଗରରେ ରାଲି କରିବେ। ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କର ମିଶନ ସାଉଥରେ ରହିଛି। ରାହୁଲ ଆଜି ତାମିଲନାଡୁରେ ୩ଟି ସ୍ଥାନରେ ସଭା କରିବେ।

Comment