ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆରମ୍ଭ ହେଲା ୨୦୧୯ ବିଶ୍ୱକପ୍‌ କାଉଣ୍ଟଡାଉନ୍‌। ଗୋଟିଏ ପଟେ ଆଇପିଏଲ୍‌ର ନିଶା ଓ ଅନ୍ୟପଟେ କ୍ରିକେଟ ବିଶ୍ୱକପ୍‌ ପାଇଁ ପ୍ୟାନମାନଙ୍କ ଉତ୍ସାହ, କ୍ରିକେଟ ମାହୋଲ ଗରମ ହେବାରେ ଲାଗିଛି। ଇତି ମଧ୍ୟରେ ସୋମବାର ବିଶ୍ୱକପ୍‌ ପାଇଁ ଭାରତୀୟ କ୍ରିକେଟ୍‌ ଟିମ୍‌ ଘୋଷଣା କଲା ୧୫ ଜଣିଆ ଖେଳାଳିଙ୍କ ନାଁ। ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି।

ବିଶ୍ୱକପ୍‌ ପାଇଁ ଘୋଷଣା ହୋଇଥିବା ଭାରତୀୟ କ୍ରିକେଟ୍‌ ଟିମ୍‌ ଖେଳାଳି ହେଲେ;

ବିରାଟ କୋହଲି(କ୍ୟାପ୍ଟେନ୍‌). ରୋହିତ ଶର୍ମା(ଭାଇସ୍‌ କ୍ୟାପ୍ଟେନ୍‌), ଶିଖର ଧୱନ, କେଏଲ୍‌ ରାହୁଲ, ବିଜୟ ଶଙ୍କର, ଏମ୍‌ଏସ୍‌ ଧୋନି(ୱିକେଟ୍‌ କିପର), କେଦାର ଯାଦବ, ଦିନେଶ କାର୍ତ୍ତିକ, ଜୁଜୁବେନ୍ଦ୍ର ଚହଲ, କୁଳଦୀପ ଯାଦବ, ଭୁବନେଶ୍ୱର କୁମାର, ଜସପ୍ରିତ ବୁମ୍‌ରା, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା ଏବଂ ମହମ୍ମଦ ସାମି।

ଚଳିତ ବର୍ଷ ବିଶ୍ୱକପ୍‌ରେ ରିଷଭ୍‌ ପନ୍ଥ ୱିକେଟ୍‌ କିପର ହେବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ବିସିସିଆଇ ଏମ୍‌ଏସ୍‌ ଧୋନିଙ୍କୁ ଚୟନ କରିଛନ୍ତି। ବିସିସିଆଇ ଚୟନକମିଟି ଅଧ୍ୟକ୍ଷ ଏମଏସକେ ପ୍ରସାଦ ଓ ସମ୍ପାଦକ ଅମିତାଭ ଚୌଧୁରୀଙ୍କ ପ୍ରେସ କନଫରେନ୍ସ ଜରିଆରେ ବିଶ୍ୱକପ୍ ପାଇଁ ଏହି ୧୫ ଜଣିଆ ଦଳର ଘୋଷଣା କରିଛନ୍ତି।

Comment