ଓଡ଼ିଶାଲଇଭ୍ ପଲିଟିକାଲ୍ ବ୍ୟୁରୋ

କେନ୍ଦ୍ର ମନ୍ତ୍ରୀ ତଥା ଜୟପୁର ଗ୍ରାମୀଣ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ରାଜ୍ୟବର୍ଦ୍ଧନ ସିଂ ରାଠୋର ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ରାଜ୍ୟବର୍ଦ୍ଧନ ନିଜ ସମର୍ଥକଙ୍କ ସହ ଯାଇ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ନିଜ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହି ସମୟରେ ତାଙ୍କ ସହ ଉପସ୍ଥିତ ଥିଲେ ଯୋଗ ଗୁରୁ ବାବା ରାମଦେବ।

ରାମଦେବଙ୍କ ବ୍ୟତିତ ଖେଳ ଜଗତର ଅନେକ ଖେଳାଳୀ ମଧ୍ୟ ଉପସ୍ଥିତ ଥିଲେ। ଏହାସହିତ ବିଧାୟକ ପ୍ରାର୍ଥୀ ସତିଶ ପୁନିଆ, ପୂର୍ବ ବିଧାୟକ ରାୱ ରାଜେନ୍ଦ୍ର ସିଂଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ। ୨୦୧୪ ରାଜ୍ୟବର୍ଦ୍ଧନ ନିର୍ବାଚନ ଜିତିଥିଲେ ଏହାପରେ ସେ ରାଜ୍ୟର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ଶପଥ ନେଇଥିଲେ।

ଏହାପରେ ୨୦୧୯ରେ ବିଜେପି ପୁଣି ରାଜ୍ୟବର୍ଦ୍ଧନଙ୍କୁ ରିପିଟ କରିଛି। ଏଠାରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ। ପ୍ରଥମଟି ଏପ୍ରିଲ ୨୯ ଓ ଦ୍ୱିତୀୟଟି ମେ ୨୩ରେ ହେବ। କାହାକୁ ଲୋକେ ପସନ୍ଦ କରୁଛନ୍ତି ଆଉ କିଏ ଜୟପୁରର ସାଂସଦ ହେଉଛନ୍ତି ତାହା ଦେଖିବାକୁ ବାକିରହିଲା।

Comment