ଓଡ଼ିଶାଲାଇଭ୍ ବ୍ୟୁରୋ

ମାୟାବତୀଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା ଲାଗିଛି। ମଙ୍ଗଳବାର ମାୟାବତୀ ଏକ ନିର୍ବାଚନୀ ରାଲି କରିବା ପାଇଁ କୋର୍ଟରେ ଆବେଦନ କରିଥିଲୋ ହେଲେ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟା

ନିର୍ବାଚନ ଆୟୋଗ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି। ବର୍ତ୍ତମାନ କୌଣସି ନୂତନ ଆଦେଶ ଦେବାର ଆବଶ୍ୟକତା ନାହିଁ ବୋଲି କୋର୍ଟ କହିଛନ୍ତିା।

ଏପ୍ରିଲ ୧୬ ତାରିଖରେ ଧାର୍ମିକ ଆକ୍ଷେପକୁ ନେଇ ମାୟାବତୀଙ୍କୁ ୪୮ ଘଣ୍ଟା  ନିର୍ବାଚନୀ ପ୍ରଚାରରୁ ବ୍ୟାନ କରିଥିଲେ ନିର୍ବାଚନ କମିଶନ।

ଏଭଳି ପ୍ରତିବନ୍ଧକ ଲଗାଯିବା ଭାରତରେ ଲୋକଙ୍କ ମୌଳିକ ଅଧିକାରର ଖଣ୍ଡନ ବୋଲି ମାୟାବତୀ ପ୍ରତିକ୍ରିୟା ଦେଇଛନ୍ତିା

‘‘ନିର୍ବାଚନ ଆୟୋଗର ଏଭଳି ନିଷ୍ପତ୍ତି ଭାରତୀୟ ଲୋକତନ୍ତ୍ରରେ କଳା ଦିବସ ରୂପେ ପାଳନ କରାଯିବ। ମୋତେ ଚୁପ କରାଇ ଗରୀବଙ୍କ ସ୍ୱରକୁ ଚାପି ପାରିବେ ନାହିଁ। ଭାରତୀୟ ଜନତା ମଧ୍ୟ ନିର୍ବାଚନ ଆୟୋଗର ଏହି ନିଷ୍ପତ୍ତିରେ ଖୁସି ନାହାଁନ୍ତି’’, କହିଛନ୍ତି ମାୟାବତୀ।

Comment