ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ସାରାଦେଶରେ ୯୫ ଲୋକସଭା ଆସନ ଲାଗି ସକାଳ ୭ଟାରୁ ଭୋଟ ଆରମ୍ଭ ହୋଇଛି। ମକ୍କଲ ନିଧୀ ମୟ୍ୟମ ଦଳର ପ୍ରମୁଖ କମଲ ହାସନ ନିଜ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନଙ୍କ ସହିତ ଯାଇ ଭୋଟ ଦେଇଛନ୍ତି।

ଚେନ୍ନାଇର ପୋଲିଂ ବୁଥ ୨୭ରେ ବାପାଙ୍କ ସହ ଶ୍ରୁତି ହାସନ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।

ତାମିଲନାଡ଼ୁରେ ୧୮ଲୋକସଭା ଆସନ ଲାଗି ଆଜି ମତଦାନ ହେଉଛି। ସେପଟେ ତାମିଲନାଡ଼ୁର ଭେଲୋରରେ ନିର୍ବାଚନକୁ ବାଲିତ କରାଯାଇଛି। ପ୍ରଚୁର ଟଙ୍କା ମିଳିବା ପରେ ସେଠାରେ ମତଦାନ ବାତିଲ କରିଛନ୍ତି ନିର୍ବାଚନ ଆୟୋଗ।

Comment