ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବ୍ରହ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀର ୬୩ ନମ୍ବର ବୁଥରେ ଆଜି ଶାନ୍ତିପୂର୍ଣ୍ଣ ଭାବେ ସାନି ମତଦାନ ଶେଷ ହୋଇଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ଟା ଯାଏଁ ଚାଲିଥିଲା।

ଏହି ବୁଥରେ ମୋଟ ୯୯୬ ଜଣ ଭୋଟରଙ୍କ ମଧ୍ୟରୁ ୨୭୮ ଜଣ ପୁରୁଷ ଓ ୨୬୧ ଜଣ ମହିଳା ଭୋଟର ଭୋଟ ଦେଇଥିଲେ। ଗତ ୧୧ ତାରିଖରେ ଏହି ବୁଥରେ ମତଦାନ ହୋଇଥିଲା। କିନ୍ତୁ ଇଭିଏମରେ ତ୍ରୁଟି ପରିଲକ୍ଷିତ ହେବାରୁ ପ୍ରିଜାଇଡିଂ ଅଫିସର ରିଟର୍ଣ୍ଣଂ ଅଫିସରଙ୍କୁ ଜଣାଇଥିଲେ। ଜିଲ୍ଲା ନିର୍ବାଚନ ଅଧିକାରୀ ଏ ସମ୍ପର୍କରେ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ବୁଥରେ ସାନି ମତଦାନ ପାଇଁ ନିର୍ବାଚନ କମିଶନ ଗତ ୧୬ ତାରିଖରେ ବିଜ୍ଞପ୍ତି ପ୍ରକାଶ କରିଥିଲେ।

ଏହି ବୁଥରେ ୬୧୧ ଜଣ ଭୋଟରଙ୍କ ନାଁ ରେଜିଷ୍ଟରରେ ପଞ୍ଜିକୃତ ହୋଇଥିବା ବେଳେ ଇଭିଏମରେ ୬୩୨ ଜଣ ଭୋଟ ଦେଇଥିବା ଜଣାପଡ଼ିଥିଲା।

Comment