ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଦ୍ଵିତୀୟ ପର୍ଯ୍ୟାୟରେ ୭୨.୫୬ ପ୍ରତିଶତ ମତଦାନ ହୋଇଛି ରାଜ୍ୟରେ। ସେମାନଙ୍କ ମଧ୍ୟରୁ ମହିଳା ଭୋଟର ଅଛନ୍ତି ୭୩.୭୫ ପ୍ରତିଶତ ଓ ପୁରୁଷ ଭୋଟର ଅଛନ୍ତି ୭୧.୪୪ ପ୍ରତିଶତ।

ଏହାର ଅର୍ଥ ନିଜର ମତାଧିକାର ସାବ୍ୟସ୍ତ କରିବାରେ ପୁରୁଷଙ୍କୁ ପଛରେ ପକାଇଛନ୍ତି ମହିଳା। ପ୍ରଥମ ପର୍ଯ୍ୟାୟରେ ବି ମହିଳା ଭୋଟରଙ୍କ ମତଦାନ ପ୍ରତିଶତ ଅଧିକ ଥିଲା।

ପ୍ରଥମ ପର୍ଯ୍ୟାୟରେ ଏହା ୧.୩୪ ପ୍ରତିଶତ ଅଧିକ ଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ୨.୩୧ ପ୍ରତିଶତ ଅଧିକ ଅଛି।

ସେପଟେ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ବେଳେ ଗୁରୁତର ଅବହେଳା ଲାଗି ସୁନ୍ଦରଗଡ, ବଣାଇ,ଅତାବିରା,ଦଶପଲ୍ଲା,ପଦ୍ମପୁର,ବରଗଡ ନିର୍ବାଚନ ମଣ୍ଡଳୀରେ ୭ଜଣ ପ୍ରିଜାଇଡିଂ ଅଫିସର ଓ ୭ଜଣ ସେକ୍ଟର ଅଫିସରଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି।

Comment