ଓଡ଼ିଶାଲାଇଭ୍‌ ବ୍ୟୁରୋ

ରବିବାର ଆଇପିଏଲ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ। ବେଙ୍ଗାଳୁରୁର ଏମ୍‌ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ରାତି ୮ଟାରେ ଏହି ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌ରେ ଧୋନି ବାହିନୀ ଓ କୋହଲୀ ସେନା ମଧ୍ୟରେ ଦେଖିବାକୁ ମିଳିବ ହାଇଭୋଲ୍ଟେଜ୍‌ ମ୍ୟାଚ୍‌।

ଚଳିତ ସିଜନରେ ଚେନ୍ନାଇ ମୋଟ ୯ଟି ମ୍ୟାଚ୍‌ ଖେଳି ୭ଟରେ ବିଜୟ ହୋଇଥିବା ବେଳେ ବେଙ୍ଗାଳୁରୁ ୯ଟି ମ୍ୟାଚ୍‌ ଖେଳି ମାତ୍ର ୨ଟିରେ ବିଜୟ ହୋଇଛି।

ଆଇପିଏଲ୍‌ ଟେବୁଲ୍‌ରେ ଚେନ୍ନାଇ ବର୍ତ୍ତମାନ ଶ୍ରେଷ୍ଠ ସ୍ଥାନରେ ରହିଛି। ସେହିପରି ବେଙ୍ଗାଳୁରୁ ୭ଟି ମ୍ୟାଚ୍‌ରେ ହାରି ସର୍ବଶେଷ ସ୍ଥାନରେ ରହିଛି।

Comment