ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆଧାରିତ ୱେବ ସିରିଜ୍‌ର ପ୍ରସାରଣ ବନ୍ଦ ହେବ। ଏହାକୁ ତୁରନ୍ତ ବନ୍ଦ କରିବା ଲାଗି ନିର୍ବାଚନ ଆୟୋଗ ଏହାର ପ୍ରଯୋଜକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯେ ପର୍ଯ୍ୟନ୍ତ ଏନେଇ ଆଉ କିଛି ନିର୍ଦ୍ଦେଶ ନଆସିଛି ସେତେ ଯାଏଁ ପ୍ରସାରଣକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ରହିଛି।

ମୋଦି ଜର୍ଣ୍ଣ ଅଫ ଏ କମନ ମ୍ୟାନ ୱେବ ସିରିଜ୍ ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ କରୁଥିବା ନେଇ ଅଭିଯୋଗ ହେବା ପରେ ଇସି ଏହି ପଦକ୍ଷେପ ନେଇଛନ୍ତି।

ଏହି ୱେବ ସିରିଜ୍‌ରେ ପ୍ରଧାନମନ୍ତ୍ରୀଙ୍କ ପିଲାବେଳଠୁ ନେଇ ପ୍ରଧାନମନ୍ତ୍ରୀ ହେବା ଯାଏଁ ବିଭିନ୍ନ ଚିତ୍ର ଓ କାହାଣୀ ଦେଖାଯାଇଥାଏ। ଯାହା ମତଦାତାଙ୍କୁ ପ୍ରଭାବିତ କରୁଛି ବୋଲି ଅଭିଯୋଗ ହୋଇଥିଲା।

LEAVE A REPLY

Please enter your comment!
Please enter your name here