ଓଡ଼ିଶାଲାଇଭ୍ ବ୍ୟୁରୋ

app ban-1

ଭାରତ ପକ୍ଷରୁ ଚୀନ ଉପରେ ପୁଣିଥରେ ହୋଇଛି ଡିଜିଟାଲ ଷ୍ଟ୍ରାଇକ୍। ଭାରତ ସରକାର ଆଉ ୪୭ଟି ଚାଇନିଜ୍ ଆପକୁ ବ୍ୟାନ କରିଛନ୍ତି। ଏହା ପୂର୍ବରୁ ଜୁନ୍ ମାସରେ ୫୯ଟି ଚାଇନିଜ ଆପ ବ୍ୟାନ ହୋଇଥିଲା।

ତେବେ ବ୍ୟାନ ହୋଇଥିବା ଆପ୍ ବିଷୟରେ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ଜାରି କରାଯାଇନାହିଁ। ଏନେଇ ବର୍ତ୍ତମାନ ସୁଦ୍ଧା ଭାରତରେ ସମୁଦାୟ ୧୦୬ଟି ଚାଇନିଜ୍ ଆପ୍ ବ୍ୟାନ କରାଯାଇଛି। ତେବେ ମିଳିଥିବା ସୂଚନା ଅନୁଯାୟୀ ଭାରତ ସରକାର ୨୭୫ଟି ଚାଇନିଜ୍ ଆପ୍ ବ୍ୟାନ କରିପାରନ୍ତି। ଏହି ଲିଷ୍ଟରେ ପବଜି, ଜିଲି, ଫେସୟୁ, ନେଟିଜ୍ ଗେମ୍ସ୍, ୟୁଲାଇକ୍ ଭଳି ଆପ୍ ସାମିଲ୍ ଥିବାର କୁହାଯାଉଛି।

app ban-2

ତେବେ ବର୍ତ୍ତମାନ ପାଇଁ ବ୍ୟାନ ହୋଇଥିବା ୪୭ ଆପ ପ୍ରଥମେ ବ୍ୟାନ୍ ହୋଇଥିବା ଆପଗୁଡ଼ିକର କ୍ଲୋନ ବୋଲି କୁହାଯାଉଛି। ତେବେ ଏହି ମୋବାଇଲ୍ ଆପଗୁଡ଼ିକ ପ୍ରାଇଭେସି ଉଲ୍ଲଘଂନ କରୁଛି କି ନାହିଁ ଏନେଇ ଯାଞ୍ଚ ଜାରି ରଖିଛି ଭାରତ ସରକାର।

Comment