ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକସଭା ନିର୍ବାଚନ ପାଇଁ ଆଜି ୧୩ ରାଜ୍ୟ ଏବଂ ୨ କେନ୍ଦ୍ର ଶାସିତ ଅଞ୍ଚଳର ୧୧୬ଟି ଆସନରେ ମତଦାନ ହେବ। ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଗାଇଡ ଲାଇନ ଜାରି କରିଛନ୍ତି ନିର୍ବାଚନ କମିଶନ। ଏହା ସହିତ ଭୋଟ୍ ଦାନ କେନ୍ଦ୍ରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଅପିଲ କରିଛନ୍ତି। ଏହାଛଡ଼ା ନିର୍ବାଚନ କମିଶନଙ୍କ ଗାଇଡ୍ ଲାଇନରେ ଆଉ କିଛି ଉପଲବ୍ଧ ଅଛି ଯାହାକୁ ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ସହିତ ଜେଲ ଯିବାର ସମ୍ଭାବନା ରହିଛି। ଭୋଟ୍ ଦାନ କେନ୍ଦ୍ରକୁ ଫୋନ୍, ସିଗାରେଟ୍, ବନ୍ଧୁକ ଏବଂ କ୍ୟାମେରା ନେଇ ଯାଇପାରିବେ ନାହିଁ। ଏହା ସହିତ ଭୋଟରଙ୍କ ସମସ୍ୟା ଜାଣିବା ପାଇଁ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି। ୧୯୫୦ ନମ୍ବରରେ ଯୋଗାଯୋଗ କରିପାରିବେ।

ମତଦାନ କେନ୍ଦ୍ରରେ କ’ଣ କରିବେ ନାହିଁ :

– ଟଙ୍କା ନେଇ ଭୋଟ୍ ବଦଳାଉଥିଲେ ଅପରାଧ ଶ୍ରେଣୀରେ ବିବେଚିତ ହେବେ। ଏଭଳି କଲେ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।

– କୌଣସି ବ୍ୟକ୍ତି ସ୍ଥାନରେ ଅନ୍ୟ ଜଣେ ବ୍ୟକ୍ତି ଭୋଟ୍ ଦେଇପାରିବ ନାହିଁ। ଏହା ମଧ୍ୟ ଅପରାଧ ଶ୍ରେଣୀରେ ଅନ୍ତର୍ଭୂକ୍ତ।

– ଇଭିଏମ୍ ଓ ଭିଭିପାଟ୍ ମେସିନରେ ଯେପରି କୌଣସି କ୍ଷତି ନକରନ୍ତି।

– ଭୋଟଦାନ ସମୟରେ ନିର୍ବାଚନ ଅଧିକାରୀଙ୍କୁ ହଇରାଣ କରନ୍ତୁ ନାହିଁ।

– ପୋଲିଂ ବୁଥ ନିକଟରେ ଗଣ୍ଡଗୋଳ ସୃଷ୍ଟି କରନ୍ତୁ ନାହିଁ।

’ଣ କରିବେ :

–  ଧାଡ଼ିରେ ରହି ନିଜର ମତଦାନ ସାବ୍ୟସ୍ତ କରନ୍ତୁ।

– ପୋଲିଂ ବୁଥରେ ଶାନ୍ତି ବଜାୟ ରଖନ୍ତୁ।

– ଭୋଟ୍ ଦେବା ପୂର୍ବରୁ ପରିଚୟ ପତ୍ର ଦେଖାନ୍ତୁ।

– ପୋଲିଂ କର୍ମଚାରୀଙ୍କୁ ସହଯୋଗ କରନ୍ତୁ।

– ଭୋଟ୍ ଦେବା ପରେ ତୁରନ୍ତ ସ୍ଥାନ ଛାଡ଼ି ପଳାଇ ଆସନ୍ତୁ।

LEAVE A REPLY

Please enter your comment!
Please enter your name here