ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣତନ୍ତ୍ରର ମହାପର୍ବରେ ନିଜକୁ ସାମିଲ କରି ଆଜି ନିଜ ମତ ସାବ୍ୟସ୍ତ କରିଛନ୍ତିା ମୋଦି ଗୁଜୁରାଟର ଅହମ୍ମଦାବାଦ ରାଣିପ ବୁଥରେ ଭୋଟ ଦେଇଛନ୍ତି।

ଭୋଟ ଦେବାପରେ ମୋଦି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଭୋଟର ପରିଚୟ ପତ୍ର ଆତଙ୍କବାଦୀଙ୍କ ଆଇଡିଠାରୁ ବେଶୀ ଶକ୍ତିଶାଳୀ। କାରଣ ଆତଙ୍କୀଙ୍କ ଶକ୍ତି ଆଇଡି ହୋଇଥାଏ ହେଲେ ଗଣତନ୍ତ୍ରର ଶକ୍ତି ଭୋଟର ଆଇଡି ହୋଇଥାଏା ନିଜକୁ ଏହି ମହାପର୍ବରେ ସାମିଲ କରି ନିଜର ମତ ସାବ୍ୟସ୍ତ କରିଥିବାରୁ ନିଜକୁ ଭାଗ୍ୟଶାଳୀ ବୋଲି କହିଥିଲୋ

ମୋଦି ଭୋଟ ଦେବା ପୂର୍ବରୁ ନିଜ ମା’ଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ଏହାପରେଏକ ଖୋଲା ଜିପରେ ମୋଦି ବୁଥ ଅଭିମୁଖେ ଭୋଟ ଦେବାକୁ ଯାଇଥିଲୋ ମୋଦିଙ୍କୁ ଦେଖିବାକୁ ବୁଥ ନିକଟରେ ଲୋକଙ୍କ ଭିଡ଼ ଜମିଥିଲା

Comment