ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ସାରା ଦେଶରେ ୧୧୬ ଲୋକସଭା ଆସନ ଲାଗି ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ। ଆଜି ମଇଦାନରେ ଅଛନ୍ତି ଅନେକ ହେଭିୱେଟ, ଯେଉଁମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ଜନାର୍ଦ୍ଦନ।

ସାମାଜିକ କର୍ମୀ ଆନ୍ନା ହଜାରେ ଆଜି ନିଜର ମତଦାନ ସାବ୍ୟସ୍ତ କରି ଗଣତନ୍ତ୍ରର ଏହି ମହାକୁମ୍ଭରେ ସାମିଲ ହୋଇଛନ୍ତି। ମହାରାଷ୍ଟ୍ରରେ ଅହମ୍ମଦନଗରରେ ଆନ୍ନା ହଜାରେ ଭୋଟ ଦେଇଛନ୍ତି। ଭୋଟ ଦେବାପରେ ସେ କାଳି ଲାଗିଥିବା ଅଙ୍ଗୁଳି ଦେଖାଇଥିଲେ।

ସେହିପରି ଗୁଜୁରାଟର ନାରଣପୁର ସବ୍ ଜୋନାଲ ଅଫିସରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ନିଜ ପତ୍ନୀଙ୍କ ସହ ଭୋଟ ଦେଇଛନ୍ତି। ଅମିତ ଶାହ ଏଥର ଗାନ୍ଧିନଗର ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ଯେଉଁ ଆସନରୁ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ନିର୍ବାଚନ ଲଢ଼ୁଥିଲେ। ଅମିତଶାହ ଭୋଟ ଦେବା ବେଳେ ବିଜେପିର କିଛି କର୍ମୀ ମଧ୍ୟ ଉପସ୍ଥିତ ଥିଲେ।

ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ପତ୍ନୀଙ୍କ ସହିତ ପୋଲିଂ ବୁଥ ଯାଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ରୁପାଣୀ ଧାଡ଼ିରେ ଛିଡ଼ା ହୋଇ ନିଜ ଭୋଟଦେଇଛନ୍ତି। ଭୋଟ ଦେଇ ସାରିବା ପରେ ବିଜୟ ରୁପାଣୀ ଓ ତାଙ୍କ ପତ୍ନୀ କାଳି ଲାଗିଥିବା ଅଙ୍ଗୁଳି ଦେଖାଇଥିଲେ। ଗୁଜୁରାଟ ସ୍ଥିତ ରାଜକୋରେ ଥିବା ଅନିଲ ଜ୍ଞାନ ମନ୍ଦିରରେ ବିଜୟ ରୁପାଣୀ ଭୋଟ ଦେଇଛନ୍ତି।

Comment