ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଆଜି ତୃତୀୟ ପର୍ଯ୍ୟାୟରେ୧୩ ରାଜ୍ୟରେ ରାଜ୍ୟର ୧୧୬ ଆସନରେ ମତଦାନ ହେଉଛି। ତୃତୀୟ ପର୍ଯ୍ୟାୟରେ ଦୁଇ ହେବିଓ୍ୱେଟଙ୍କ ଭାଗ୍ୟ ପରୀକ୍ଷା କରିବେ ଜନତା ଜନାର୍ଦ୍ଦନ। ଏହି ଦୁଇ ହେଭିଓ୍ୱେଟ ନେତା ହେଲେ ଅମିତ ଶାହ, ରାହୁଲ ଗାନ୍ଧି।

ଏହି ଦୁଇ ନେତାଙ୍କ ଆସନ ଗୁଜୁରାଟ ଓ କେରଳରେ ମତଦାନ ହେଉଛି। ଗୁଜୁରାଟର ଗାନ୍ଧି ନଗରରୁ ଅମିତ ଶାହ, କେରଳ ଓ୍ୱାଇନାଡରୁ ରାହୁଲ ଗାନ୍ଧିଙ୍କ ଭାଗ୍ୟ ଇଭିଏମରେ ସିଲ ହେବା

ଏପ୍ରିଲ ୪ରେ ରାହୁଲ ଗାନ୍ଧି ଓ୍ୱାଇନାଡ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲୋ ରାହୁଲ ଗାନ୍ଧି ଏଥର ନିର୍ବାଚନ ୨ଟି ସ୍ଥାନରୁ ଲଢ଼ୁଛନ୍ତି। ଉତ୍ତର ପ୍ରଦେଶର ଆମେଥି ଓ କେରଳର ୱାଇନାଡ୍‌ରୁ ନିର୍ବାଚନ ଲଢ଼ୁଛନ୍ତିା ରାହୁଲଙ୍କର ଗୋଟିଏ କ୍ଷେତ୍ର ଓ୍ୱାଇନାଡରେ ଆସନ୍ତା କାଲି ଭୋଟ ହେଉଥିଲାବେଳେ ଆମେଥିରେ ମେ ୬ରେ ଭୋଟ ଗ୍ରହଣ ହେବା

ସେହପରି ଗାନ୍ଧି ନଗରରୁ ଅମିତ ଶାହଙ୍କ ଭାଗ୍ୟ ଆସନ୍ତାକାଲି ଇଭିଏମରେ ସିଲ ହେବା ଏହି ଆସନ ଲାଗି ଅମିତ ଶାହ ମାର୍ଚ୍ଚ ୩୦ରେ ପ୍ରାର୍ଥିପତ୍ର ଦାଖଲ କରିଥିଲୋ

୧୯୯୮ ମସିହାରୁ ଏହି ଆସନରେ ଲାଲକୃଷ୍ଣ ଆଡଭାନୀ ନିର୍ବାଚନ ଲଢ଼ି ଜିତି ଆସୁଥିଲେ। ମାତ୍ର ବିଜେପି ଏଥର ଶାହଙ୍କୁ ଏହି ଆସନ ପାଇଁ  ପ୍ରାର୍ଥୀ କରିଛିା

LEAVE A REPLY

Please enter your comment!
Please enter your name here