ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ରାଜ୍ୟରେ ଆରମ୍ଭ ହୋଇଯାଇଛି ତୃତୀୟ ପର୍ଯ୍ୟାୟ ଲାଗି ମତଦାନ।  ମୋଟ ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ନିଜର ମତାଧିକାର ସାବ୍ୟସ୍ତ କରିବେ ଜନତା। ସକାଳ ୭ରୁ ଲୋକେମାନେ ବିଭିନ୍ନ ବୁଥରେ ଲାଇନ୍ ଲଗାଇ ନିଜର ଭୋଟ୍ ସାବ୍ୟସ୍ତ କରୁଛନ୍ତି। ଆଇନ୍ ଶୃଙ୍ଖଳାକୁ ନଜରରେ ରଖି ବିଭିନ୍ନ ବୁଥରେ ପୋଲିସ ପକ୍ଷରୁ କଡ଼ା ବ୍ୟବସ୍ଥା କରାଯାଇଛି।

ଆଜି ୧୦ ହଜାର ୪୬୪ ବୁଥରେ ୯୨ ଲକ୍ଷ ୫୬ ହଜାର ୯୨୨ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ। ରାଜ୍ୟରେ ୬ ଲୋକସଭା ଲାଗି ୬୧ ପ୍ରାର୍ଥୀ ଅଛନ୍ତି। ଏମାନଙ୍କ ମଧ୍ୟରେ ୫୫ ଜଣ ପୁରୁଷ ଓ ୬ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ସେହିପରି ୪୨ ବିଧାନସଭା ଲାଗି ୩୫୬ ପ୍ରାର୍ଥୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩୧୮ ଜଣ ପୁରୁଷ, ୩୭ ଜଣ ମହିଳା ଓ ଜଣେ ତୃତୀୟ ଲିଙ୍ଗ ବି ଅଛନ୍ତି।

ମାଓ ପ୍ରବଣ ଅଞ୍ଚଳ ସମ୍ବଲପୁର, କେନ୍ଦୁଝର ଓ ଢେଙ୍କାନାଳ ଲୋକସଭାର ୭ଟି ସମ୍ବେଦନଶୀଳ ବିଧାନସଭା ଅଞ୍ଚଳରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବ। ସମ୍ବଲପୁର ଲୋକସଭା ଆସନରେ ଅଧିନସ୍ଥ କୁଚିଣ୍ଡା, ରେଢ଼ାଖୋଲ, ଦେବଗଡ଼, ଆଠମଲ୍ଲିକରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ କରାଯିବ। ସେହିପରି କେନ୍ଦୁଝର ଲୋକସଭା ନିର୍ବାଚନମଣ୍ଡଳୀର ଚମ୍ପୁଆ, ଢେଙ୍କାନାଳ ଲୋକସଭା ଆସନ ଅଧୀନରେ ଆସୁଥିବା ପାଳଲହଡ଼ା ଓ ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ  କରାଯିବ।

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ସାରା ଦେଶରେ ମୋଟ୍ ୧୧୬ ଆସନ ଲାଗି ମଇଦାନରେ ମୋଟ ୧୬୨୨ଜଣ ପ୍ରାର୍ଥୀ ପ୍ରତିନ୍ଦ୍ୱନ୍ଦ୍ୱିତା କରୁଛନ୍ତି।

LEAVE A REPLY

Please enter your comment!
Please enter your name here