ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ଏବଂ କିଙ୍ଗ୍ସ ଏକାଦଶ ପଞ୍ଜାବ ମଧ୍ୟରେ ଖେଳାଯିବ ଚଳିତ ସିଜନ୍‌ର ୪୨ ତମ ମ୍ୟାଚ୍‌। ବେଙ୍ଗାଳୁରୁର ଏମ୍‌. ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ରାତି ୮ଟାରେ ଏହି ମ୍ୟାଚ୍‌ ଖେଳାଯିବ। ଗତ ଦୁଇ ବର୍ଷ ମଧ୍ୟରେ ପଞ୍ଜାବ ଟିମ୍‌ ଗୋଟେ ହେଲେ ବି ମ୍ୟାଚ୍‌ ବେଙ୍ଗାଳୁରୁ ବିପକ୍ଷରେ ଜିତି ନାହିଁ। ତେବେ ଆଜି ବେଙ୍ଗାଳୁରୁ-ପଞ୍ଜାବ ମଧ୍ୟରେ ଦେଖିବାକୁ ମିଳିବ ହାଇଭୋଲ୍ଟେଜ୍‌ ମ୍ୟାଚ୍‌।

ଏହା ପୂର୍ବରୁ ଏପ୍ରିଲ ୧୩ରେ ବେଙ୍ଗାଳୁରୁ-ପଞ୍ଜାବ ମଧ୍ୟରେ ଚଳିତ ସିଜନର ପ୍ରଥମ ମୁକାବିଲା ହୋଇଥିଲା। ଏହି ମ୍ୟାଚ୍‌ରେ ଆର୍‌ସିବି ୮ ୱିକେଟ୍‌ରେ ପଞ୍ଜାବକୁ ହରାଇ ବିଜୟ ହୋଇଥିଲା। ତେବେ ଆଜିରେ ମ୍ୟାଚ୍‌ରେ କିଏ ବାଜି ମାରୁଛି ସେନେଇ ସମସ୍ତଙ୍କ ନଜର ରହିବ।

ପଞ୍ଜାବ ବର୍ତ୍ତମାନ ସୁଦ୍ଧା ୧୦ଟି ମ୍ୟାଚ୍‌ ଖେଳି ୫ଟି ବିଜୟ ହେବା ସହ ଆଇପିଏଲ୍‌ ପଏଣ୍ଟ ଟେବୁଲ୍‌ର ପଞ୍ଚମ ସ୍ତାନରେ ରହିଛି। ସେହିପରି ଆର୍‌ସିବି ୧୦ଟି ମ୍ୟାଚ୍‌ ଖେଳି ମାତ୍ର ୩ଟି ଜିତି ସର୍ବନିମ୍ନ ସ୍ଥାନରେ ରହିଛି।

Comment