ଓଡ଼ିଶାଲାଇଭ ବ୍ୟୁରୋ

ଆଜି ଜମ୍ମୁ କଶ୍ମୀର ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ୨ଆତଙ୍କାବାଦୀ ନିହତ ହୋଇଛନ୍ତି। ଅନନ୍ତନାଗର ବିଡବେହର ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ୨ଆତଙ୍କବାଦୀ ନିହତ ହୋଇଛନ୍ତି।

ଅନନ୍ତନାଗରେ ଗୁଳିବିନିମୟ ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀଙ୍କ ତରଫରୁ ପ୍ରଥମେ ଗୁଳିବିନିମୟ କରାଯାଇଥିଲା। ଏହାପରେ ସୁରକ୍ଷାକର୍ମୀ ଏହାର ପାଲଟା ଆକ୍ରମଣ କରିଛନ୍ତି। ଘଟଣାସ୍ଥଳରେ ଏକେ ରାଇଫଳ ଜବତ କରାଯାଇଛି।

ଯେଉଁ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ସେମାନଙ୍କର ନଁ ସଫଦର ଅମିତ ଭଟ ଓ ବୁରହାନ୍ ଅହମ୍ମଦ ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here