ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

Election Update 11am

ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

ଆଜି ଜଗତସିଂହପୁର, ବାଲେଶ୍ୱରରେ ପ୍ରଚାର କରିବେ ରାହୁଲ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଓଡ଼ିଶା ଆସୁଛନ୍ତି। ଆସନ୍ତା ୨୯ରେ ଶେଷ ପର୍ଯ୍ୟାୟ ଭୋଟ ଥିବାରୁ ରାହୁଲ ବାଲେଶ୍ୱର ଏବଂ ଜଗତସିଂହପୁରରେ ନିର୍ବାଚନୀ ପ୍ରଚାର କରିବେ। ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ରାହୁଲ। ରାହୁଲ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଏକାଧିକ ଧର ଓଡ଼ିଶା ଆସି ନିର୍ବାଚନ ପ୍ରଚାର କରିଥିଲେ। ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ରାହୁଲ କିମ୍ବା ଅନ୍ୟ କୌଣସି କେନ୍ଦ୍ର କଂଗ୍ରେସ ନେତା ଓଡ଼ିଶା ଆସି ନଥିଲେ।

ବାରଣାସୀ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ମୋଦି

ବାରଣାସୀ ଲୋକସଭା ଆସନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ନରେନ୍ଦ୍ର ମୋଦି। କାଶୀ ବିଶ୍ୱନାଥଙ୍କୁ ଦର୍ଶନ କରି ମୋଦି ପ୍ରାର୍ଥିପତ୍ର ଦାଖଲ କରିବେ। ମୋଦି ଦ୍ୱିତୀୟ ଥର ପାଇଁ ବାରଣାସୀରୁ ନିର୍ବାଚନ ଲଢୁଛନ୍ତି। ୨୦୧୪ରେ ମୋଦି ଦୁଇଟି ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ।

ମୋଦିଙ୍କ ସହ ଲଢ଼ିବାକୁ ଅଜୟ ରାୟଙ୍କୁ କାହିଁକି କଂଗ୍ରେସ ଦେଲା ଟିକେଟ୍? 

ବାରଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ଅଜୟ ରାୟ। ସମସ୍ତ ଚର୍ଚ୍ଚାର ଅବସାନ ଘଟାଇ କଂଗ୍ରେସ ଆଜି ଅଜୟ ରାୟଙ୍କ ନାମ ଘୋଷଣା କରିଛି। ତେବେ କିଏ ଏହି ଅଜୟ ଏବଂ କାହିଁକି କଂଗ୍ରେସ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଲଢ଼ିବାକୁ ଟିକେଟ ଦେଇଛି।

amit shah

୨୭ରେ ଓଡ଼ିଶା ଆସିବେ ଅମିତ ଶାହ, ମୋରଡ଼ା ଓ ସୁକିନ୍ଦାରେ କରିବେ ପ୍ରଚାର

ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଆସନ୍ତା ୨୭ ତାରିଖରେ ଓଡ଼ିଶା ଆସିବେ। ଏହି ଦିନ ସେ ଯାଜପୁର ଜିଲ୍ଲାର ସୁକିନ୍ଦା ଏବଂ ମୟୂରଭଞ୍ଜ ଜିଲ୍ଲାର ମୋରଡ଼ାଠାରେ ନିର୍ବାଚନୀ ପ୍ରଚାର କରିବେ। ଶାହ ପ୍ରଥମେ ମୋରଡ଼ା ଯିବେ। ସାଢ଼େ ୧୧ଟାରେ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେବେ।

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

ପାଟକୁରାରେ କିଏ ହେବ ବିଜେଡି ପ୍ରାର୍ଥୀ?

ଓଡ଼ିଶାରେ କାମ କରିବନି ‘ମୋଦି ହାଓ୍ୱା’ – ରବୀନ୍ଦ୍ର ଜେନା

ପ୍ରିୟଙ୍କା ଗାନ୍ଧିଙ୍କୁ କାହିଁକି ଏଥର ପ୍ରାର୍ଥୀ କଲାନି କଂଗ୍ରେସ?

ହଟ୍ ସିଟ୍ ମାହାଙ୍ଗା – ହ୍ୟାଟ୍ରିକ କରିବେ ଜେନା ?

ଏଥର କ’ଣ ହେବ ସିମୁଳିଆର ଚିତ୍ର?

Comment