ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ହେବ ଏପ୍ରିଲ ୨୯ରେ। ଆଜି ସରୁଛି ପ୍ରଚାର। ଆଜି ଶେଷ ଦିନରେ କେନ୍ଦ୍ରାପଡ଼ାରେ ହାଇଟେକ୍ ପ୍ରଚାରରେ ବାହାରିଛନ୍ତି ନବୀନ ପଟ୍ଟନାୟକ। ନବୀନ ରୋଡ ସୋ’ କରି ପଟ୍ଟାମୁଣ୍ଡାଇରେ ଅଭିଭାଷଣ ଦେଇଛନ୍ତି। ସେ ନିଜ ଅଭିଭାଷଣରେ ପୁଣି କେନ୍ଦ୍ରକୁ ସମାଲୋଚନା କରିଛନ୍ତି।

ନବୀନ କହିଛନ୍ତି, ‘‘୨୦୧୭ ବନ୍ୟା ବେଳେ ବିହାର ଯାଇଥିଲେ ମୋଦି। ୨୦୧୮ରେ ବନ୍ୟା ବେଳେ କେରଳ ଯାଇଥିଲେ ମୋଦି। ହୁଡହୁଡ୍ ସମୟରେ ଆନ୍ଧ୍ରପ୍ରଦେଶ ଯାଇଥିଲେ ମୋଦି। କିନ୍ତୁ ରାଜ୍ୟରେ ହୁଡହୁଡ, ମରୁଡ଼ି, ବାତ୍ୟା, ବନ୍ୟା ବେଳେ ମୋଦି ଆସିଲେ ନାହିଁ।’’

ନବୀନ ଆହୁରି ମଧ୍ୟ କହିଛନ୍ତି, ‘‘ଓଡ଼ିଶାବାସୀ ନୁହେଁ, ଭୋଟ୍ ବିଜେପି ପାଇଁ ମୂଲ୍ୟବାନ।’’

“ରାଜ୍ୟରେ ବିପତ୍ତି ବେଳେ କେନ୍ଦ୍ର ସରକାରଙ୍କ ଦେଖା ନାହିଁ। ଏବେ ନିର୍ବାଚନ ଥିବାରୁ ଭୋଟ ପାଇଁ ୧୦ଥର ଓଡ଼ିଶା ଆସୁଛନ୍ତି’’, ନବୀନ କେନ୍ଦ୍ରକୁ ଟାର୍ଗେଟ କରି ଏହା କହିଛନ୍ତି।

ପଟ୍ଟାମୁଣ୍ଡାଇରେ ରୋଡ୍ ସୋ’ କରିବା ପରେ ନବୀନ ଆଳିରେ ରୋଡ୍ ସୋ’ କରିବାର କାଯ୍ୟକ୍ରମ ରହିଛି।

Comment