ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଆସନ୍ତାକାଲି ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ହେବ। ଓଡ଼ିଶା ସମେତ ୯ଟି ରାଜ୍ୟରେ ୭୧ ଲୋକସଭା ଆସନ ଲାଗି ମତଦାନ ହେବ।

ମଇଦାନରେ ୯୪୫ ପ୍ରାର୍ଥୀ ଅଛନ୍ତି ଯେଉଁମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧୨କୋଟି ୭୯ଲକ୍ଷ ଭୋଟର। ପୁରା ଦେଶରେ ୧୦ ଲକ୍ଷ ୪୦ ହଜାର ୮୪୯ଟି ବୁଥରେ ମତଦାନ କରାଯିବ। ପୋଲିଂ ବୁଥରେ ଇଭିଏମ ଓ ଭିଭିପାଟ ସହ ପହଞ୍ଚୁଛନ୍ତି ପୋଲିଂ କର୍ମଚାରୀ।

୯ଟି ରାଜ୍ୟର ୭୧ ଲୋକସଭା ଆସନ ମଧ୍ୟରେ ଓଡ଼ିଶାର ୬ଟି, ମଧ୍ୟପ୍ରଦେଶର ୬ଟି,ମହାରାଷ୍ଟ୍ରରେ ୧୭ଟି, ପଶ୍ଚିମବଙ୍ଗରେ ୮ଟି, ଝାରଖଣ୍ଡରେ ୩ଟି, ବିହାରରେ ୫ଟି, ଉତ୍ତରପ୍ରଦେଶରେ ୧୩ଟି, ରାଜସ୍ଥାନରେ ୧୩ଟିରେ ମତଦାନ ହେବ। ଏହାସହିତ ଜମ୍ମୁ କଶ୍ମୀରର ଅନନ୍ତନାଗର କଲଗାଓଁ ଅଞ୍ଚଳରେ ଭୋଟ ହେବ।

୭୧ ଲୋକସଭା ଆସନ ମଧ୍ୟରେ ଅନେକ ହେଭିୱେଟ ଓ ସିନେ ତାରକାଙ୍କ ଭାଗ୍ୟ ପରାକ୍ଷା କରିବେ ଜନତା ଜନାର୍ଦ୍ଦନ। ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥରେ ନିର୍ବାଚନ କମିଶନଙ୍କ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Comment