ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଆଜି ଚତୁର୍ଥ ପର୍ଯ୍ୟାୟ ଭୋଟ। ୬ ଲୋକସଭା ଏବଂ ୪୧ଟି ବିଧାନସଭା ଆସନରେ ହେବ ମତଦାନ ହେଉଛି। ମତଦାନକୁ ଶୃଙ୍ଖଳିତ କରିବା ଲାଗି ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବିଭିନ୍ନ ବୁଥରେ ଭୋଟର କେମିତି ସୁରୁଖୁରୁରେ ମତଦାନ କରିବେ ସେନେଇ ନିର୍ବାଚନ ଅଧିକାରୀ ଗୁରୁତ୍ୱ ଦେଇଛନ୍ତି।

ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି ‘‘୧୦ ହଜାର ୭୯୨ ବୁଥରେ ମତଦାନ ହେବ। ମୋଟ ୯୫ ଲକ୍ଷ ୬୩୫ ଭୋଟର ମତଦାନ କରିବେ। ୪୯ ଲକ୍ଷ ୧୦୭୯ ପୁରୁଷ ଭୋଟର ଏବଂ ୪୫ ଲକ୍ଷ ୯୮ ହଜାର ୯୭୮ ଭୋଟର ଭୋଟ ଦେବେ। ଚତୁର୍ଥ ପର୍ଯ୍ୟାୟ ମତଦାନରେ ୭୨ ହଜାର ୩୬୩ ପୋଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି’’, ।

ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି, ‘‘ସମ୍ବେଦନଶୀଳ ଏବଂ ଅତିସମ୍ବେଦନଶୀଳ ବୁଥରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ୩୦୯୨ ପୋଲିଂ ଷ୍ଟେସନକୁ କ୍ରିଟିକାଲ ପୋଲିଂ ଷ୍ଟେସନ ଭାବେ ଘୋଷଣା କରାଯାଇଛି। ୫୫୪ଟି ବୁଥରେ ସିସିଟିଭି, ୫୯୫ ବୁଥରେ ମାଇକ୍ରୋ ଅବଜର୍ଭର ଲଗାଯାଇଛି।’’

Comment