ଓଡ଼ିଶାଲାଇଭ ବ୍ୟୁରୋ

‘ଫନି’ମୁକାବିଲା ଲାଗି ଅଧିକ ଫାୟର ୟୁନିଟ୍ ନିୟୋଜିତ କଲା ବିଭାଗ

‘ଫନି’ ମୁକାବିଲା ଲାଗି ରାଜ୍ୟ ସରକାର ପୂରା ପ୍ରସ୍ତୁତ ଅଛନ୍ତି। ଓଡ଼ିଶା ଫାୟର ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏହାସହିତ ସମସ୍ତ କର୍ମଚାରୀଙ୍କୁ କାମରେ ଯୋଗ ଦେବା ଲାଗି ନିର୍ଦ୍ଦେଶ ରହିଛି। ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି।

ଅଗ୍ନିଶମ ଡିଜି ବିକେ ଶର୍ମା ଏନେଇ ଗଣାମାଧ୍ୟମକୁ ସୂଚନା ଦେଇଛନ୍ତି। ପାଖାପାଖି ୩୪୭ଜଣ ଅଧିକ ଫାୟର କର୍ମଚାରୀଙ୍କୁ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ନିୟୋଜିତ କରାଯିବ। କଟକ,ପୁରୀ,ଖୋର୍ଦ୍ଧା ଓ ଭଦ୍ରକ ଜିଲ୍ଲାରେ ଏହିସବୁ କର୍ମଚାରୀମାନେ ନିୟୋଜିତ ହେବେ।

ଅଧିକ ୬୦ଜଣ କର୍ମଚାରୀ କଟକରେ, ୩୦ଜଣ କର୍ମଚାରୀ ଭୁବନେଶ୍ୱରରେ ନିୟୋଜିତ ରହିବେ ଫନି ମୁକାବିଲା ଲାଗି। ଏହାସହିତ ବରିଷ୍ଠ କର୍ମଚାରୀମାନେ ଜିଲ୍ଲା ମୂଖ୍ୟାଳୟମାନଙ୍କରେ ନିୟୋଜିତ ହେବେ।

ଏସଆରସି ବିଷ୍ଣୁପଦ ସେଠୀଙ୍କ ସୂଚନାନୁସାରେ ୮୮୯ଟି ମଲ୍ଟି ପରପୋଜ୍‌ ଆଶ୍ରୟସ୍ଥଳୀ କରାଯିବ ଫନି ମୁକାବିଲା ଲାଗି। ଯେଉଁ ଅଞ୍ଚଳରେ ଫନିର ପ୍ରଭାବ ଅଧିକ ରହିବ ସେ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ।

ଗତକାଲି ରାଜ୍ୟ ସରକାର ‘ଫନି’ ମୁକାବିଲା ଲାଗି ୪ଟି ଜିଲ୍ଲା(ପୁରୀ,ଗଞ୍ଜାମ,କେନ୍ଦ୍ରାପଡ଼ା, ଖୋର୍ଦ୍ଧା)ରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି। ସବୁ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସତର୍କ ରହିବାକୁ ନିର୍ଦ୍ଦେଶ ରହିଛି।

Comment