ଓଡ଼ିଶାଲାଇଭ ଏଣ୍ଚରଟେନମେଣ୍ଟ ବ୍ୟୁରୋ

ବିଜେପି ଲୋକସଭା ପାର୍ଥୀ ସନ୍ନି ଦେଓଲଙ୍କ ପାଖରେ ୮୭କୋଟି ଟଙ୍କାର ସମ୍ପତ୍ତି ଅଛି ମାତ୍ର ବକେୟା ୫୩ କୋଟି।

ସୋମବାର ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ତଥା ଅଭିନେତା ସନ୍ନି ଦେଓଲ ଗୁରୁଦାସପୁର ଲୋକସଭା ଆସନ ଲାଗି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ସମୟରେ ସନ୍ନି ନିଜ ସମ୍ପତ୍ତି ଡିଟେଲ୍ସ ଦେଇଛନ୍ତି।

ସନ୍ନି ଦେଇଥିବା ତଥ୍ୟ ଅନୁାସାରେ ତାଙ୍କର ଓ ତାଙ୍କ ପତ୍ନୀଙ୍କ ପାଖରେ ମୋଟ ୮୭କୋଟି ଟଙ୍କାର ସମ୍ପତ୍ତି ଅଛି। ଏହାସହିତ ସେ ଦେଇଥିବା ତଥ୍ୟ ଅନୁସାରେ ତାଙ୍କର ୫୩ କୋଟିଟଙ୍କା ବକେୟା ଅଛି।

ସନ୍ନି ଦେଓଲଙ୍କ ପାଖରେ ୬୦କୋଟି ଟଙ୍କାର ସ୍ତାବର ସମ୍ପତ୍ତି ଥବାବେଳେ ତାଙ୍କ ପତ୍ନୀଙ୍କ ପାଖରେ ୬କୋଟି ଟଙ୍କାର ସ୍ତାବର ସମ୍ପତ୍ତି ଅଛି। ସନ୍ନିଙ୍କ ପାଖରେ ନଗଦ ୨୬ ଲକ୍ଷ ଓ ପତ୍ନୀଙ୍କ ପାଖରେ ୬ଲକ୍ଷ ଟଙ୍କା ଅଛି।

ସନ୍ନି ଦେଓଲଙ୍କ ବ୍ୟାଙ୍କ ଆକାଉଣ୍ଟରେ ୯ଲକ୍ଷ ଟଙ୍କା ଅଛି ଅନ୍ୟପଟେ ତାଙ୍କ ପତ୍ନୀଙ୍କ ଆକାଉଣ୍ଟରେ ୧୯ଲକ୍ଷ ଟଙ୍କା ଅଛି। ଏହାସହିତ ସ୍ନନିଙ୍କ ପାଖରେ ୨୧ କୋଟି ଟଙ୍କାର ଅସ୍ତାବର ସମ୍ପତ୍ତି ଅଛି ଏବଂ ତାଙ୍କ ପତ୍ନୀଙ୍କ ପାଖରେ କୌଣସି ଅସ୍ଥାବର ସମ୍ପତ୍ତି ନାହିଁ।

Comment