ଓଡ଼ିଶାଲାଇଭ୍ ବ୍ୟୁରୋ

‘ଫନି’ ମୁକାବିଲା ପାଇଁ ରାଜ୍ୟ ସରକାର ପୂରା ପ୍ରସ୍ତୁତ ଅଛନ୍ତି। ସମ୍ଭାବ୍ୟ ବାତ୍ୟା ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ ଗଞ୍ଜାମରେ ଏହାର ପ୍ରଭାବ ଅଧିକ ପଡ଼ିବ। ତେବେ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତ କରାଯାଇଛି।

ଏସ୍ଆରସି କହିବା ଅନୁସାରେ, ବାତ୍ୟା ପ୍ରଭାବିତ ଅଞ୍ଚଳ ତଥା ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ୮୭୯ଟି ବାତ୍ୟା ଆଶ୍ରୟସ୍ଥଳୀ ରହିଛି। ୧ ହଜାରରୁ ଅଧିକ ଲୋକ ରହିବାର ବ୍ୟବସ୍ଥା କରାଯାଇଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ସାଇରନ୍ ଟାଓ୍ୱାରଗୁଡ଼ିକର ବ୍ୟବସ୍ଥା କରାଯାଇଛି। ଲୋକମାନଙ୍କୁ ସତର୍କ ମଧ୍ୟ କରାଯାଉଛି। ଗୁରୁବାର ସୁଦ୍ଧା ଲୋକଙ୍କୁ ସ୍ଥାନାନ୍ତର କରାଯିବା ନେଇ ଚେଷ୍ଟା କରାଯାଉଛି। ଏସଏମଏସ୍ ମାଧ୍ୟମରେ ସୂଚନା ଜାରି କରାଯାଉଛି।

ଏସ୍ଆରସିର ବିଷ୍ଣୁପଦ ସେଠୀ କହିଛନ୍ତି, ‘‘୨୮ଟି ଏନଡିଆରଏଫ, ୨୦ଟି ଓଡ୍ରାଫ୍ ସମେତ ଅଗ୍ନିଶମ ବିଭାଗମାନଙ୍କୁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କରେ ପଠାଯାଇଛି।’’

‘ଫନି’କୁ ନେଇ ରାଜ୍ୟ ସରକାର ହେଲ୍ପ ଲାଇନ୍ ନମ୍ବର ୧୦୬୬ ଓ ୧୦୭୦ ଜାରି କରିଛନ୍ତି।

LEAVE A REPLY

Please enter your comment!
Please enter your name here