ଓଡ଼ିଶାଲାଇଭ୍ ବ୍ୟୁରୋ

ସାମୁଦ୍ରିକ ଝଡ଼ ‘ଫନି’କୁ ନେଇ ପଢ଼ନ୍ତୁ ବର୍ତ୍ତମାନର ଟିକିନିଖି ଖବର।

ପୁରୀଠାରୁ ୭୦ କିଲୋମିଟର ଦୂରରେ ବାତ୍ୟା ‘ଫନି’ – ଲାଗି ରହିଛି ବର୍ଷା, ପବନ

ଭୟଙ୍କର ରୂପ ନେଇ ପୁରୀ ଅଭିମୁଖେ ମାଡ଼ି ଆସୁଛି ବାତ୍ୟା ‘ଫନି’। ପୁରୀଠାରୁ ୭୦ କିଲେମିଟର ଏବଂ ଗୋପାଳପୁରଠାରୁ ୬୫ କିଲୋମିଟର ଦୂରରେ ରହିଛି ଫନି। ଫନି ଯେତିକି ନିକଟତର ହେଉଛି ସମୁଦ୍ର ମଧ୍ୟ ସେତିକି ଅଶାନ୍ତ ରହୁଛି।

ଆସୁଛି ‘ଫନି’, ବଢୁଛି ଭୟ

ଘଣ୍ଟାକୁ ୧୬ କିଲୋମିଟର ବେଗରେ ସାମୁଦ୍ରିକ ଝଡ଼ ‘ଫନି’ ପୁରୀ ଅଭିମୁଖେ ମାଡ଼ି ଆସୁଛି। ଏହାର ପ୍ରଭାବ ଗତ କାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପଡ଼ି ସାରିଛି। ଫନି ପ୍ରଭାବରେ ପୁରୀ, ଗଞ୍ଜାମ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଗଜପତି ଆଦି ଜିଲ୍ଲାରେ ବର୍ଷା ଲାଗି ରହିଛି। ପବନର ବେଗ ମଧ୍ୟ ଧିରେ ଧିରେ ବଢୁଛି।

ଫନି ମୁକାବିଲା ପାଇଁ ଅଧିକ ଏନଡିଆରଏଫ୍ ଟିମ୍ ମାଗିଲା ଓଡ଼ିଶା

ବାତ୍ୟା ‘ଫନି’ ମୁକାବିଲା ପାଇଁ କେନ୍ଦ୍ରକୁ ଅଧିକ ଏନଡିଆରଏଫ୍ ଟିମ୍ ମାଗିଲା ଓଡ଼ିଶା। ପୂର୍ବରୁ ଫନି ମୁକାବିଲା ପାଇଁ୨୮ଟି ଏନଡିଆରଏଫ୍ ଟିମ୍ ମୁତୟନ ଅଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଏମାନଙ୍କୁ ଆଲର୍ଟ ରଖାଯାଇଛି। ତେବେ ବାତ୍ୟାର ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଉ ଅଧିକ ଏନଡିଆରଏଫ୍ ୟୁନିଟ ମାଗିଛନ୍ତି।

ବାତ୍ୟା ‘ଫନି’ ପାଇଁ କ’ଣ ହୋଇଛି ପ୍ରସ୍ତୁତି?

ପୁରୀଠାରୁ ୨୩୦ କିଲୋମିଟର ଦୂରରେ ରହିଛି ବାତ୍ୟା ‘ଫନି’। ବାତ୍ୟା ଯେତିକି ନିକଟତର ହେଉଛି ଲୋକଙ୍କ ମନରେ ସେତିକି ଭୟ ସୃଷ୍ଟି ହେଉଛି। ବାତ୍ୟା ଫନିକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପୂରା ସଜାଗ ହୋଇ ରହିଛନ୍ତି।

ଟ୍ୱିନସିଟିରେ ବହିବ ୧୦୦ କିଲୋମିଟର ବେଗରେ ପବନ

ସାମୁଦ୍ରିକ ଝଡ଼ ‘ଫନି’ ଭୟଙ୍କର ଗତିରେ ପୁରୀ ଅଭିମୁଖେ ମାଡ଼ି ଆସୁଛି। ପୁରୀ ସହର ପାଖରେ ଫନି ଲ୍ୟାଣ୍ଡଫଲ୍ କରିବ ବୋଲି ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। ଲ୍ୟାଣ୍ଡଫଲ କରିବା ବେଳେ ପୁରୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପବନର ବେଗ ଘଣ୍ଟାକୁ ୧୭୦ରୁ ୧୮୦ କିଲୋମିଟର ରହିବ।

Comment