ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

 

ବଲିଉଡ ବିଗ ବି ଅମିତାଭ ବଚ୍ଚନ ଓ ଅଭିନେତା ଇମ୍ରାନ ହାସମୀ ପ୍ରଥମ ଥର ଗୋଟିଏ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତିା ଏହି ଫିଲ୍ମର ଟାଇଟଲ ରଖାଯାଇଛି ‘ଚେହ୍‌ରେ’। ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ନିର୍ଦ୍ଦେଶକ ରୂମି ଜେଫ୍‌ରୀ।

ଫିଲ୍ମ ‘ଚେହ୍‌ରେ’ରେ ଅମିତାଭ ଜଣେ ଓକିଲ ଚରିତ୍ରରେ ଅଭିନୟ କରୁଥିଲାବେଳେ ଇମ୍ରାନ ହାସମୀ ଜଣେ ବିଜନେସ୍‌ ମ୍ୟାନ ଚରିତ୍ରରେ ଅଭିନୟ କରୁଛନ୍ତି। ଏହା ଏକ ଥ୍ରୀଲର ଫିଲ୍ମ।

ଆନନ୍ଦ ପଣ୍ଡିତ ମୋସନ ପିକଚର୍ସ ଓ ସରସ୍ୱତୀ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡ ଦ୍ୱାରା ଫିଲ୍ମର ନିର୍ମାଣ ହେବାକୁ ଯାଉଛି। ଫିଲ୍ମର ସୁଟିଂ ଶନିବାରଠାରୁ ଆରମ୍ଭ ହୋଇଛି। ଫିଲ୍ମଟି ଆସନ୍ତା ବର୍ଷ ଫେବ୍ରୁଆରି ୨୧ରେ ରିଲିଜ ହେବ।

ଫିଲ୍ମ ‘ଚେହ୍‌ରେ’ରେ କ୍ରିତି ଖରବନ୍ଦା, ରିଆ ଚକ୍ରବର୍ତ୍ତୀ, ସିଦ୍ଧାନ୍ତ କପୁର, ଦ୍ରିତମାନ ଚକ୍ରବର୍ତ୍ତୀ, ରଘୁବୀର ଯାଦବ ଏବଂ ଅନୁ କପୁର ବିଭିନ୍ନ ଭୂମିକାରେ ନଜର ଆସିବେ।

ପ୍ରଥମ ଥର ଅମିତାଭ ଓ ଇମ୍ରାନ ଗୋଟିଏ ଫିଲ୍ମରେ ଅଭିନୟ କରିଥିବାରୁ ଫିଲ୍ମଟି ବକ୍ସ ଅଫିସରେ ଭଲ ଆୟ କରିବ ବୋଲି ଫିଲ୍ମ ନିର୍ମାତା ଆଶବାଦୀ ରହିଛନ୍ତିା ଏହା ପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚ ମାସରେ ଅମିତାଭଙ୍କ ଅଭିନୀତ ଫିଲ୍ମ ‘ବଦଲା’ ରିଲିଜ ହୋଇଥିଲା। ଏହି ଫିଲ୍ମ ବକ୍ସ ଅଫିସରେ ୧୦୦ କୋଟିରୁ ଅଧିକ ଆୟ କରିଥିଲା।

Comment