ଓଡ଼ିଶାଲାଇଭ୍ ବ୍ୟୁରୋ

naveen patnaik

  • ଅଣଜଳସେଚିତ ଜମି ପାଇଁ ଇନପୁଟ ସବସିଡ୍ ୬୮୦୦ ଟଙ୍କା
  • ଜଳସେଚିତ ଜମି ପାଇଁ ୧୩ ହଜାର ୫୦୦ ଟଙ୍କା
  • ଛତୁ ଚାଷୀଙ୍କୁ ୟୁନିଟ ପିଛା ୪୦ ହଜାର ଟଙ୍କା
  • କଦଳୀ ଚାଷୀଙ୍କ ପାଇଁ ୨୫ ହଜାର
  • ଗାଈ ଓ ମଇଁଷି ମରିଥିଲେ ମିଳିବ ୩୦ ହଜାର
  • ବଳଦ ମରିଥିଲେ ୨୫ ହଜାର
  • ଛେଳି ପିଛା ୩ ହଜାର ଟଙ୍କା

‘ଫନି’ ପ୍ରଭାବିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୬୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ଚାଷୀ, ମତ୍ସ୍ୟଜୀବୀ ଏବଂ ଏସ୍‌ଏଚ୍‌ଜି ଗ୍ରୁପ ପାଇଁ ଏହି ସହାୟତା ରାଶି ଘୋଷଣା ହୋଇଛି।

ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ଇନପୁଟ ସବସିଡ୍ ୬୮୦୦ ଟଙ୍କା, ନିଶ୍ଚିତ ଜଳସେଚିତ ଜମି ପାଇଁ ପ୍ରତି ହେକ୍ଟର ପିଛା ୧୩ ହଜାର ୫୦୦ ଟଙ୍କା, ସବୁ ଦିନିଆ ଫସଲ ପାଇଁ ହେକ୍ଟର ପିଛା ୧୮ ହଜାର ଟଙ୍କା, ବାତ୍ୟା ପ୍ରଭାବିତ ଜିଲ୍ଲା ପାଇଁ ୧ ଲକ୍ଷ ପରିବା ମନିକିଟ୍ ଯୋଗାଇବା ଲାଗି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ପାନ ବରଜ କ୍ଷତି ହୋଇଥିଲେ ଚାଷୀ ପିଛା ୧୫ ହଜାର ଟଙ୍କା, ଛତୁ ଚାଷର ଉନ୍ନତି ପାଇଁ ୟୁନିଟ ପିଛା ୪୦ ହଜାର ଟଙ୍କା, କଦଳୀ ଚାଷୀଙ୍କ ପାଇଁ ହେକ୍ଟର ପିଛା ୨୫ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ପଶୁ ସମ୍ପଦ ପାଇଁ ମଧ୍ୟ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଗାଈ ଓ ମଇଁଷି ମରିଥିଲେ ୩୦ ହଜାର ଟଙ୍କାର କ୍ଷତିପୂରଣ, ବଳଦ ମରିଥିଲେ ୨୫ ହଜାର ଟଙ୍କା, ଛେଳି ପିଛା ୩ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହାଛଡ଼ା ୫୦ ହଜାର ଚାଷୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଗୋଶାଳା ତିଆରି ପାଇଁ ମଧ୍ୟ ସହାୟତା ଦିଆଯିବ।

ନୂଆ ଡଙ୍ଗା ପାଇଁ ୪୦ ହଜାର, ଜାଲ ପାଇଁ ୧୦ ହଜାର ଟଙ୍କା ଏବଂ ଫନି ଦ୍ୱାରା ପ୍ରଭାବିତ ଏସ୍‌ଏଚ୍‌ଜି ଗ୍ରୁପ ପାଇଁ ଅତିରିକ୍ତ ୧୦ ହଜାର ଟଙ୍କା ସହାୟତା ଦିଆଯିବ।

Comment