ଓଡ଼ିଶାଲାଇଭ ବ୍ୟୁରୋ

ଇଣ୍ଡିଆନ ପ୍ରିମିୟର ଲିଗ ଦ୍ୱାଦଶ ସଂସ୍କରଣର ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନଇ ସୁପର କିଙ୍ଗ୍ସ ପହଞ୍ଚିଛି। ସର୍ବାଧିକ ୩ଥର ଚମ୍ପିଆନ ହୋଇଥିବା ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ରବିବାର ଫାଇନାଲ ମ୍ୟାଚ୍ ଖେଳାଯିବ।

ଶୁକ୍ରବାର ଖେଳାଯାଇଥିବା କ୍ୱାଲିଫାୟାର-୨ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟରେ ପରାସ୍ତ କରିଥିଲା ଚେନ୍ନାଇ ସୁପର କିଙ୍ଗ୍ସ। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୪୭ ରନ୍ କରିଥିଲା। ଜବାବରେ ଚେନ୍ନାଇ ସୁପର କିଙ୍ଗ୍ସ ୧୯ ଓଭର ୪ଟି ବଲରେ ଅତି ସହଜରେ ଟାର୍ଗେଟ ପୂରଣ କରିଥିଲା।

କ୍ବାଲିଫାୟା ୧ରେ ମୁମ୍ବାଇ ଇଣ୍ଡିଆନସ ବିଜୟୀ ହୋଇ ଫାଇନାଲରେ ପହଞ୍ଚିସାରିଛି। ଅନ୍ୟପଟେ ପ୍ରଥମ ଫାଇନାଲ ଖେଳିବା ଲକ୍ଷରେ ଥିବା ଦିଲ୍ଲୀକୁ ପରାସ୍ତ ହେବାକୁ ପଡ଼ିଛି।

ଅନ୍ୟପକ୍ଷରେ ଅଷ୍ଟମ ଥର ଲାଗି ଫାଇନାଲ ଖେଳିବ ଚେନ୍ନାଇ ସୁପର କିଙ୍ଗସ। ଏଥର ଆଇପିଏଲ ଫାଇନାଲରେ ଏକ ହାଇଭୋଲଟେଜ ମ୍ୟାଚ ଦେଖିବାକୁ ମିଳିବ। ଉଭୟ ଦଳ ବିଜୟ ନେଇ ଆଶାବାଦୀ ଥିବାବେଳେ କାହାର ଜିତ୍ ହେଉଛି ତାହା ରବିବାର ମ୍ୟାଚରେ ଜଣାପଡ଼ିବ। ସୁପର ସଣ୍ଡେ’ରେ ଦେଖିବାକୁ ମିଳିବ ସୁପର ମ୍ୟାଚ୍।

Comment